ଚିଙ୍ଗୁଡ଼ି ଘେରିକୁ ନେଇ ଗୋଷ୍ଠୀ ସଂଘର୍ଷ: ୩୦ରୁ ଉର୍ଦ୍ଧ୍ୱ ଆହତ, ୧୧ ଜଣ ଏମ୍‌କେସିଜିରେ ଭର୍ତ୍ତି

Advertisment

ଘଟଣାସ୍ଥଳରେ ଚାପା ଉତ୍ତେଜନା, ଏକ ପ୍ଲାଟୁନ ପୁଲିସ ମୁତୟନ

ଘଟଣାସ୍ଥଳରେ ଚାପା ଉତ୍ତେଜନା, ଏକ ପ୍ଲାଟୁନ ପୁଲିସ ମୁତୟନ

ଚିଙ୍ଗୁଡ଼ି ଘେରିକୁ ନେଇ ଗୋଷ୍ଠୀ ସଂଘର୍ଷ: ୩୦ରୁ ଉର୍ଦ୍ଧ୍ୱ ଆହତ, ୧୧ ଜଣ ଏମ୍‌କେସିଜିରେ ଭର୍ତ୍ତି

ପୁରୀ: ଏସିଆର ସର୍ବ ବୃହତ ଲୁଣି ହ୍ରଦ ‘ଚିଲିକା’ରେ ରବିବାର ଚିଙ୍ଗୁଡ଼ି ଘେରିକୁ ନେଇ ୨ଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଯମୁନା ଗାଁର ବଡ଼ସାହି ଓ ଅଲଣ୍ଡାପାଟଣା ଗାଁର ୨ଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ୩୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟ ଗୋଷ୍ଠୀର ୧୧ ଜଣଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଉଭୟ ଗାଁରେ ପ୍ରାୟ ୧୮୦ ଟି ପରିବାର ବସବାସ କରନ୍ତି। ସେମାନେ ନିଜ ଘର ପାଖରେ ଲାଗି ରହିଥିବା ଚିଳିକା ଜଳରୁ ଚିଙ୍ଗୁଡ଼ି ଧିରବାକୁ ଜିଦ୍‌ ଧରିଆସୁଥିଲେ। ଏହାରି ଭିତରେ କିଛି ଲୋକ ନିଜ ଘର ପାଖରେ ଥିବା ଚିଙ୍ଗୁଡ଼ି ଘେରି ଛାଡ଼ି ଅନ୍ୟ ସ୍ଥାନରୁ ଚିଙ୍ଗୁଡ଼ି ଧରିବାକୁ ନେଇ କିଛି ଦିନ ହେବ ଏଠାରେ ଅଶାନ୍ତ ବାତାବରଣ ଦେଖାଯାଇଛି। ରବିବାର ଦେଖାଯାଇଥିବା ଉତ୍ତେଜନା ବେଳେ ଗୁଳିକାଣ୍ଡ ଓ ବୋମାମାଡ଼ ମଧ୍ୟ ହୋଇଥିଲା।

publive-image

ଗୋଷ୍ଠୀ ସଂଘର୍ଷ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତଙ୍କ ଚିକିତ୍ସା ପାଇଁ ବନ୍ଦୋବସ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe