ପେଟ୍ରୋଲ ପମ୍ପରେ ଗୁଳି ଫୁଟିଲା

Advertisment
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ପୁରୀ : ରାତି ପ୍ରାୟ ଦଶଟାରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ ହରେକୃଷ୍ଣପୁର ବାଟଗାଁ ଛକରେ ଥିବା ପେଟ୍ରୋଲ ପମ୍ପରେ ଗୁଳି ଫୁଟିଛିି। କେତେକ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା କରିବା ସହ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କ ଦୋକାନରୁ ୫ ହଜାର ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି।  ଖବର ନେବାରେ ଜଣାପଡ଼ିଛି ଯେ ଆଜି ରାତି ପ୍ରାୟ ସାଢ଼େ ଦଶଟା ସମୟରେ କେତେକ ଦୁର୍ବୃତ୍ତ ହରେକୃଷ୍ଣପୁର ବାଟଗାଁ ଛକରେ ଥିବା ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ସେମାନେ ଫାଙ୍କା ଗୁଳିଚାଳନା କରିଥିଲେ। ଅସାମାଜିକ ଯୁବକମାନଙ୍କ ଏହି ଆତଙ୍କରାଜ ଦେଖି ଦୋକାନୀଙ୍କ ସମେତ ଆଖପାଖର ଲୋକମାନେ ଭୟରେ ଦୌଡ଼ିବାରେ ଲାଗିଥିଲେ। ଜଣେ ଦୋକାନୀ ସୁଦର୍ଶନ ଭୋଳ (୫୭) ଦୋକାନ ବନ୍ଦ କରି ଦୌଡ଼ିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଧରିନେଇ ବନ୍ଧୁକ ବଟ୍‌ରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟି ଭୀଷଣ ରକ୍ତସ୍ରାବ ହୋଇଥିଲା। ଏହାର ସୁଯୋଗ ନେଇ ଏହି ଦୁର୍ବୃତ୍ତମାନେ ତାଙ୍କ ଦୋକାନ କ୍ୟାସ ବାକ୍ସରୁ ୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe