ପୁରୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ସ୍ଥଳୀ ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିବା ପରେ ଓଡ଼ିଶା ସରକାର ସତର୍କ ହୋଇଯାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ଏଥି ପାଇଁ ପୁରୀ ପୁଲିସ ଐତିହାସିକ ସହର ‘ଶ୍ରୀକ୍ଷେତ୍ର’ ସହିତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଦେଇଛି। ପୁରୀର ସବୁ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।
ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଦିଲ୍ଲୀ ଘଟଣା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିଦିଆଯାଇଛି।
ମନ୍ଦିର ଚାରିପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା
ଆମର ପୁଲିସ ଟିମ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ପହଞ୍ଚି ସାରିଛନ୍ତି। ମନ୍ଦିର ଚାରିପାର୍ଶ୍ବରେ ସାନିଟାଇଜ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଯାନବାହନ ମନ୍ଦିର ଚାରିପାର୍ଶ୍ବରୁ ହଟାଯାଉଛି। ପୁଲିସ ସବୁ ଦିଗ ପ୍ରତି ନଜର ରଖିଛି। ପୁରୀ ରେଳଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଜିଆରପି ସିହତ ସଂପର୍କ ରଖିଛୁ। ସୁରକ୍ଷା ଜିଆରପିର ଅଭିଜ୍ଞତା ରହିଛି। ଯଦି ସେମାନଙ୍କୁ ବୋମା ନିଷ୍କ୍ରିୟ ଟିମ ଦରକାର ଅଛି, ଆମେ ଯୋଗାଇ ଦେବୁ।
ଆହୁରି ପଢ଼ନ୍ତୁ: Delhi Red Fort Explosion: ଧିରେ ଧିରେ ଆସି ଟ୍ରାଫିକରେ ଅଟକିଲା… ତାପରେ ବିରାଟ ବିସ୍ଫୋରଣ ଘଟିଲା, ହସ୍ପିଟାଲ ଅଭିମୁଖେ ଶାହ
ସୁରକ୍ଷା ଉପରେ ଗୁରତ୍ବ: ପୁରୀ ଏସ୍ପି
ଆଇଆଇସିମାନଙ୍କୁ ନେଇ ଆମେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛୁ। ବୈଠକ ଅନୁସାରେ ପୁରୀର ପ୍ରବେଶପଥଗୁଡ଼ିକରେ ନାକା କରାଯାଉଛି। ପ୍ରବେଶ ପଥରେ ଚେକିଂ ପରେ ପୁରୀ ସହର ଭିତରକୁ ଲୋକ ଯାଇପାରିବେ। ବର୍ତ୍ତମାନର ପ୍ରସଙ୍ଗ ହେଲା, ଆଲର୍ଟ ରହିବା। ସ୍ଥିତି ଅନୁସାରେ ଏସ୍ଓପି ଜାରି କରାଯାଇଛି। ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଇଛି। ସାମୁଦ୍ରିକ ଥାନା ଗୁଡ଼ିକ ସହିତ କଥା ହୋଇଛି। ଉପକୂଳରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। କେଉଁଠି କିଛି ସନ୍ଦେହ ସ୍ଥିତି ଅନୁମାନ ହେଲେ ଆମକୁ ହେଲ୍ପଲାଇନ ନମ୍ବର ୧୧୨ରେ ଯୋଗାଯୋଗ କରନ୍ତୁ।
ଆହୁରି ପଢ଼ନ୍ତୁ: Delhi Car Blast: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ: ୧୦ ଜଣଙ୍କ ମୃତ୍ୟୁ, ଶାହଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ଏକ ବଡ଼ଧଣରଣ ବିସ୍ଫୋରଣ ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଅନ୍ୟ ୨୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/10/puri-2025-11-10-21-47-39.jpg)