ଜନ୍ମ ବେଦୀକୁ ନବଦିନ ଯାତ୍ରା

ଜନ୍ମ ବେଦୀକୁ ନବଦିନ ଯାତ୍ରା

ପୁରୀ : ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ନିଜର ପ୍ରିୟତମ ସ୍ଥାନ (ଜନ୍ମ ବେଦୀ) ଶ୍ରୀଗୁଣ୍ଡିଚା ଘରକୁ ୯ ଦିନ ଯାତ୍ରାରେ ଆସିଥାନ୍ତି। ଜନ୍ମ ବେଦୀ ବା ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଫଳପ୍ରାପ୍ତି ହୋଇଥାଏ। ଶ୍ରୀଗୁଣ୍ଡିଚା ଘର ମହାପ୍ରଭୁଙ୍କ ଜନ୍ମ ବେଦୀ ହୋଇଥିବାରୁ ଏହା ମହାପ୍ରଭୁଙ୍କ ପ୍ରିୟତମ ସ୍ଥାନ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି।

ଗୁଣ୍ଡିଚା ମଣ୍ଡପଂ ନାମ, ଯତ୍ରାହମ ଜନଂ ପୁରା
ଅଶ୍ବମେଧ ସହସ୍ରସ୍ୟ ମହାଦେବୀ ତଦାଭବେତ
ତସ୍ୟା ପୂଣ୍ୟତମଂ ସ୍ଥାନଂ ପୃଥୀବ୍ୟାଂ ନେହ ବିଦ୍ୟତେ

ଶ୍ରୀମନ୍ଦିର ସିଂହଦ୍ବାରଠାରୁ ୨ କିଲୋମିଟର ୬୯୮ ମିଟର ଅର୍ଥାତ ୮୬୨୮ ଫୁଟ୍‌ ଦୈର୍ଘ୍ୟ ବିଶିଷ୍ଟ ବଡଦାଣ୍ଡର ଉତ୍ତର ଶେଷ ପ୍ରାନ୍ତ ଉତ୍ତର ପୂର୍ବ କୋଣ ବା ଐଶାନ୍ୟ କୋଣରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ଦସ୍ତ‌ାବିଜ ରେକର୍ଡ ଅନୁଯାୟୀ, ଶ୍ରୀଗୁଣ୍ଡିଚା ମନ୍ଦିର ବିଜେସ୍ଥଳୀ କୁଣ୍ଢେଇବେଣ୍ଟ ସାହି ଖାତା ନଂ ୬୮ରେ ମୋଟ ୧୦ଟି ପ୍ଲଟ୍‌ରେ ୫ ଏକର ୨୫୦ ଡେସିମିଲ ଜମିରେ ରହିଥିଲା। ତେବେ ହାଲ୍‌ ବନ୍ଦୋବସ୍ତରେ ଏହା ଏବେ ତାଳବଣିଆ ମୌଜାର ୫ ଏକର ୪୦୨ ଡେସିମିଲ ଜମିରେ ରହିଛି। ଗୁଣ୍ଡିଚା ଘରକୁ ବିଭିନ୍ନ ନାମରେ ନାମିତ କରାଯାଇଛି। ଏହାକୁ ଗୁଣ୍ଡିଚା ବାଡି, ମହାବେଦୀ, ଯଜ୍ଞ ବେଦୀ, ଗୁଣ୍ଡିଚା ମଣ୍ଡପ, ରାସ ମଣ୍ଡପ, ଆଟୋପ ମଣ୍ଡପ, ଆଡପ ମଣ୍ଡପ, ନୃସିଂହ ମଣ୍ଡପ, ନୃସିଂହ କ୍ଷେତ୍ର ବୋଲି କୁହାଯାଇଥ‌‌ାଏ। ରଥଯାତ୍ରାରେ ୯ ଦିନ ଧରି ଏଠାରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରି ଭକ୍ତଙ୍କୁ ଦର୍ଶନ ଦେବେ। ସନ୍ଧ୍ୟା ଦର୍ଶନ ପ‌ରେ ଶରଧାବାଲିରେ ଦଣ୍ଡାୟମାନ ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରି ବାହୁଡାରେ ବାହୁଡିବେ। ୯ ଦିନ ଧରି ମହାପ୍ରଭୁଙ୍କ ଜନ୍ମପୀଠ ଚଳଚଞ୍ଚଳ ହେବ। ଏଠାରେ ମହାପ୍ରଭୁଙ୍କ ଅବଢା ମଧ୍ୟ ଉପଲବ୍ଧ ହେବ। ଏଥି ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe