Sambad English
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ। ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା ବାଳ ଧୂପ ନାମରେ ପରିଚିତ।
ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି ଓ ପଇଡ଼ ଆଦି ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଙ୍କୀର୍ତ୍ତନ ହୋଇଥାଏ। ଅବକାଶ ନୀତି ବଢ଼ି ସକାଳ ଧୂପ ପରେ ହୋଇଥାଏ। ବିଭିନ୍ନ ମଠ ବାଡ଼ିରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ ରାଧାବଲ୍ଲଭ ମଠ ପରିସରରେ ମଧ୍ୟ ଏହି ବେଶ ଅନୁଷ୍ଠିତ ହେଉଛି।
Follow Us