ଅଳଙ୍କାର ଦୋକାନରୁ ଲୁଟ୍: ମାଲିକ ଏବଂ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ

ଅଳଙ୍କାର ଦୋକାନରୁ ଲୁଟ୍: ମାଲିକ ଏବଂ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ: ଗୁଳି ଫୁଟାଇ ପୁରୀର ଏକ ଜୁଏଲାରୀରୁ ଲୁଟ କଲେ ଦୁର୍ବୃତ୍ତ। ପୁରୀର ରେଡ଼କ୍ରସ ରୋଡ ନିକଟରେ ଥିବା ୱାନ ଗ୍ରାମ ଗୋଲଡ ଏସ. ଆର ଜୁଏଲାରୀରୁ ଟଙ୍କା ଏବଂ ବିଭିନ୍ନ ଅଳଙ୍କାର ଲୁଟ ହୋଇଛି। କିଛି ଦୁର୍ବୃତ୍ତ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଜୁଏଲାରୀରୁ ଲୁଟ କରିବା ଉଦ୍ୟମ କରିବା ସମୟରେ ଦୋକାନ ମାଲିକ ଏବଂ ତାଙ୍କ ପୁଅ ବିରୋଧ କରିଥିଲେ।

ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଵା ସହ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି। ଗତକାଲି ରାତିରେ ଚାରିରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଏସ. ଆର ଜୁଏଲାରୀରେ ଗୁଳି ଫୁଟାଇ ଅନେକ ଟଙ୍କା ସହ ବିଭିନ୍ନ ସୁନା ଓ ରୂପା ଅଳଙ୍କାର ଲୁଟ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରେ ସିଟି ଡିଏସପି ଏବଂ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe