ପୁରୀରେ ଚାଞ୍ଚଲ୍ୟ: ବିବାହ ଉତ୍ସବକୁ ଅତିଥି ହୋଇ ଆସି ଲୁଟିନେଲେ ୧୦ଲକ୍ଷ ଟଙ୍କାର ଉପହାର

ପୁରୀରେ ଚାଞ୍ଚଲ୍ୟ: ବିବାହ ଉତ୍ସବକୁ ଅତିଥି ହୋଇ ଆସି ଲୁଟିନେଲେ ୧୦ଲକ୍ଷ ଟଙ୍କାର ଉପହାର

ପୁରୀ: ବିବାହ ଉତ୍ସବକୁ ଅତିଥି ହୋଇ ଆସି, ଲୁଟିନେଲେ ୧୦ଲକ୍ଷ ଟଙ୍କାର ଉପହାର। ପୁରୀ ବଳିଆ ପଣ୍ଡା ଥାନା ଅଞ୍ଚଳର ଏକ ହୋଟେଲରେ ବିବାହ ଭୋଜି ଚାଲିଥିବା ବେଳେ ଅତିଥି ବେଶରେ ଲୁଟେରା ଆସି ଉପହାର ଆକାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଆଉ ଉପହାର ନେଇ ଫେରାର ହେଉଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୁଆରସାହିର ପ୍ରମୋଦ ମିଶ୍ରଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କ ବିବାହ ଭୋଜିରୁ ଏପରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଲୁଟେରା ଅତିଥି ଭାବେ ଉତ୍ସବରେ ସାମିଲ ହୋଇ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଏଠାରେ ରହି ଦାମୀ ଉପହାର କେଉଁଠି ରହୁଛି ସବୁ ନଜର କରିଥିଲା । ଏହାପରେ ଷ୍ଟେଜରେ ନବବିବାହିତ ଦମ୍ପତି ଅନ୍ୟ ଅତିଥିଙ୍କ ସହ ଫଟୋ ଉଠାଉଥିବା ବେଳେ ଦାମୀ ଉପହାର ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲା। ରାତି ପ୍ରାୟ ୧୧ଟା ୩୭ ମିନିଟରେ ଲୁଟେରା ବ୍ୟାଗ ନେଇ ଗେଟରୁ ବାହାରି ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୁଲିସ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe