ଶ୍ରୀଜିଉଙ୍କ ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ, ସେବାୟତ ସନ୍ତୋଷ କର ଗିରଫ

Advertisment
ବାପାକୁ ମରଣାନ୍ତକ ଆକ୍ରମଣ କରି ପୁଅ ଗିରଫ 

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରବିବାର ଜଣେ ସେବାୟତକୁ ସିଂହଦ୍ୱାର ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଆଜି ଅପରାହ୍ନରେ ନାଟ ମଣ୍ଡପ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ଟାଉନ୍‌ ଥାନା ଅନ୍ତର୍ଗତ ଦାଣ୍ଡିମାଳ ସାହିର ସେବାୟତ ସନ୍ତୋଷ କର(୪୦) ପ୍ରଥମେ ଛୁଇଁ ଥିଲା। ମାତ୍ର ଭିଡ ଭିତରେ ଏଭଳି ହୋଇଥାଏ ଭାବି ଯୁବତୀ ଜଣକ ପ୍ରଥମ ଥର କିଛି କହି ନଥିଲେ। କିନ୍ତୁ ଅଳ୍ପ ସମୟ ବ୍ୟବଧାନରେ ସେବାୟତ ଜଣକ ଯୁବତୀଙ୍କୁ ପୁଣି ଥରେ ଛୁଇଁବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣକ ଚିତ୍କାର କରିବା ସହିତ ହାତ ଧରି ପକାଇଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ସଂପୃକ୍ତ ଯୁବତୀ ଓ ସେବାୟତଙ୍କୁ ସିଂହଦ୍ୱାର ଥାନାକୁ ନେଇ ଯାଇଥିଲେ। ଥାନାରେ ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସେବାୟତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe