ଉତ୍ତ୍ୟକ୍ତ ଯୁବକ ନିଜ ବେକ ଛୁରିରେ କାଟିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Advertisment
ଉତ୍ତ୍ୟକ୍ତ ଯୁବକ ନିଜ ବେକ ଛୁରିରେ କାଟିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ: ରାଗ ମଣିଷକୁ କେତେ ବଡ଼ କ୍ଷତି ପହଞ୍ଚାଇ ଥାଏ, ଏହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ପୁରୀ ସହରରେ ଦେଖିବାକୁ ମିଳିଛି। ପତ୍ନୀ ମଧ୍ୟାହ୍ନ ଭୋଜନ ଠିକ୍‌ ସମୟରେ ଦେଲେ ନାହିଁ ବୋଲି ଜଣେ ଯୁବକ ରାଗରେ ଉତ୍ତେଜିତ ହୋଇ ନିଜର ବେକକୁ ଛୁରିରେ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗଙ୍ଗାରାମ ଅନ୍ତର୍ଗତ ବରଫ କଳ ଅଞ୍ଚଳର କେ ଜଗଦୀଶ ନିଜ କାମ ସାରି ଘରକୁ ଆସିଲେ। ବହୁତ ଭୋକ ହେଉଛି କହି, ସେ ପତ୍ନୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ମାଗିଥିଲେ। ମାତ୍ର ସେହି ସମୟରେ ନିଜର ୬ମାସର ଶିଶୁକୁ କ୍ଷୀର ଦେଉଥିବାରୁ ପତିଙ୍କୁ ଶୀଘ୍ର ଖାଇବାକୁ ଦେଇ ପାରି ନଥିଲେ। ଏଣେ ଜଗଦୀଶ ଧୈର୍ଯ୍ୟ ହରା ହୋଇ ଏକ ଛୁରି ସାହାଯ୍ୟରେ ନିଜର ବେକକୁ କାଟି ଦେଇଥିଲେ।

ପତିଙ୍କ ଏତାଦୃଶ୍ୟ ଅବସ୍ଥା ଦେଖି ପତ୍ନୀ କେ ମାଲେସି ବିଚଳିତ ହୋଇ ପଡୁଥିଲେ। ସେ ସାହି ପଡୋଶୀଙ୍କ ସାହାଯ୍ୟରେ ଜଗଦୀଶଙ୍କୁ ଏକ ବାଇକରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଅବସ୍ଥା ସଂଙ୍କଟାପନ୍ନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe