ବସ୍‌ ଧକ୍କାରେ ଜଣେ ଗୁରୁତର

Advertisment
ବସ୍‌ ଧକ୍କାରେ ଜଣେ ଗୁରୁତର

ପୁରୀ: ଅପରାହ୍ନରେ ଅଠରନଳା ନିକଟସ୍ଥ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ନିକଟରେ ଏକ ବସ୍‌ ଧକ୍କାରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ସଦର ଥାନା ଅନ୍ତର୍ଗତ କାଶୀହରିପୁର ନିବାସୀ ବିଶ୍ୱନାଥ ଭୋଇ(୪୦) ଆଜି ଅପରାହ୍ନ ଦୁଇଟାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ନିକଟରେ ଛିଡ଼ା ହୋଇଥିଲା ବେଳେ ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ବିଶ୍ୱନାଥଙ୍କ ମୁଣ୍ଡରେ ଶକ୍ତ ଆଘାତ ହେବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ମାତ୍ର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe