ବେଳାଭୂମିରେ ଅଘଟଣ: ପାଣିରେ ଭାସୁଥିବା ମୃତ ଯୁବକ ଉଦ୍ଧାର

Advertisment
କ୍ବାକଙ୍କ ଚିକିତ୍ସାରେ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

sisat

ଅସ୍ତରଙ୍ଗ: ଅସ୍ତରଙ୍ଗ ବେଳାଭୂମିରେ ଆଜି ଶୁକ୍ରବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଗୁଣ୍ଡଳବା ଗାଁର ଦୁର୍ଗାପ୍ରସାଦ ସ୍ୱାଇଁ(୧୮) ନାମକ ଜଣେ ଯୁବକର ମୃତଦେହ ସମୁଦ୍ରକୂଳରେ ଭାସୁଥିବା ଲୋକେ ଖବର ପାଇଥିଲେ। ଏକଥା ଜାଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହେବା ସମେତ ଯୁବକଟି ବଞ୍ଚିଯିବା ଆଶାରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଓ ସେଠାରେ କାର୍ଯ୍ୟରତ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଯୁବକ ଜଣକ ଗୁଣ୍ଡଳବା ଗାଁର ହର୍ଷ ସ୍ୱାଇଁଙ୍କ ଏକମାତ୍ର ପୁଅ। ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ ପହଞ୍ଚି ଦୃଶ୍ୟ ଦେଖିବା ପରେ କୋହ ସମ୍ଭାଳୀ ନପାରିବାରୁ ମେଡିକାଲ ପରିସରର ସମ୍ପୂର୍ଣ୍ଣ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା। କିଛି ସମୟ ପରେ ପୁଲିସ୍ ଖବର ପାଇ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସମେତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛି। କୁହାଯାଉଛି କି ଯୁବକଜଣକ ସମୁଦ୍ର ଢେଉ ମାଡ଼ରେ ମୃତ୍ୟୁବରଣ କରିବା ପରେ ପାଣିରେ ଭାସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe