ଯୁବତୀଙ୍କୁ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା

Advertisment
ବରିଷ୍ଠ ନାଗରିକଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌

ଗୋପ : ସ୍ପଷ୍ଟ ଦିବାଲୋକରେ ଏକ ଘରୋଇ ବ୍ୟାଙ୍କର ଦୁଇ ଜଣ ମହିଳା କର୍ମଚାରୀ ରାସ୍ତାରେ ଲୁଟ୍‌ର ଶିକାର ହୋଇଛନ୍ତି। ତିନି ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ସେମାନଙ୍କଠାରୁ ଲକ୍ଷେ ଦଶ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିରେ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଆହତ ୨ ଜଣ ହେଲେ, ‘ବନ୍ଧନ’ ବ୍ୟାଙ୍କ ଶାଖାର କର୍ମଚାରୀ ରୋଜାଲିନ୍‌ ରାଉତ ଏବଂ ସୋନାଲି ବେହେରା। ଏହି ଦୁଇଜଣ ଗୋପ ଅଞ୍ଚଳର ବିଭିନ୍ନ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରି ଏକ ସ୍କୁଟର୍‌ରେ ଫେରୁଥିଲେ। କୁଶଭଦ୍ରା ନଦୀବନ୍ଧର ବେଣୀପୁରଠାରେ ତିନି ଜଣ ଦୁର୍ବୃତ୍ତ ଦୁହିଁଙ୍କ ହାତକୁ ହାଣିି ଟଙ୍କା ଲୁଟ୍‌ କରିଥିଲେ। ଆହତ ରୋଜାଲିନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe