ପୁଣି ଅଶାନ୍ତ ପିପିଲି: ବିଳମ୍ବିତ ରାତିରେ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

Advertisment
ପୁଣି ଅଶାନ୍ତ ପିପିଲି: ବିଳମ୍ବିତ ରାତିରେ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

ପିପିଲି: ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତମାନେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ବିଳମ୍ବିତ ରାତିରେ ସେମାନେ ଜଣେ ଯୁବକଙ୍କ ବାଇକ୍ ଜାଳି ଦେଇଛନ୍ତି। ପୋଡ଼ିଯାଇଥିବା ବାଇକଟି ପିପିଲି ସେହି  ୱାର୍ଡର କାନୁନ ମହାପାତ୍ରଙ୍କର ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ୭ ନମ୍ବର ୱାର୍ଡରେ ବୋମାମାଡ଼ ଓ ଗୁଳିକାଣ୍ଡକୁ ନେଇ ଏବେ ସେଠାରେ ଉତ୍ତେଜନା ଲାଗି ରହିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିନାହିଁ। ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଲାଗିଥିବା ବେଳେ ଶାନ୍ତି ବଜାୟ ରଖିବାକୁ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରିବା ସହିତ ଶାନ୍ତି କମିଟି ମାଧ୍ୟମରେ ବୁଝାଶୁଝା କରାଯାଇଥିଲା । ହେଲେ ଦୁର୍ବୃତ୍ତମାନେ ଗତକାଲି ଏଭଳି ଘଟଣା ଘଟାଇଥିବା ବେଳେ ପୁଲିସକୁ ଖୋଲାଖୋଲି ଚ୍ୟାଲେଂଜ କରୁଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe