ପୁରୀ: ଜନଗହଳିପୂର୍ଣ୍ଣ ସ୍ଥାନରୁ ସ୍ପଷ୍ଟ ଦିବାଲୋକରେ ଶନିବାର ଅପରାହ୍ନରେ ଝରକା କାଚ ଭାଙ୍ଗି କାର ଭିତରୁ ଦୁର୍ବୃତ୍ତମାନେ ୨ଟି ମୋବାଇଲ୍ ଫୋନ୍ ଚୋରି କରି ନେଇଛନ୍ତି। ଚୋରି ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ ବ୍ରହ୍ମପୁର ନିବାସୀ ଶିବରାମ ପଟ୍ଟନାୟକ(୩୨) ଅଭିଯୋଗ ଆଣିଛନ୍ତି। ଭିଆଇପି ରୋଡସ୍ଥିତ ରିଜର୍ଭ ପୁଲିସ ସମ୍ମୁଖରେ ଥିବା ଡାଲମା ରେଷ୍ଟୁରାଷ୍ଟରେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଦୁବୃର୍ତ୍ତମାନେ ମୋବାଇଲ ଫୋନ୍ ନେଇ ଫେରାର ହୋଇ ଯାଇଥିଲେ। ଶିବରାମଙ୍କ ଅଭିଯୋଗ ଅନୁସାରେ ମାରୁତି ସୁଇଫ୍ଟ କାରରେ ଥିବା ଝରକା କାଚ ଭାଙ୍ଗି ତାଙ୍କର ପତ୍ନୀଙ୍କ ଭ୍ୟାନିଟି ସହିତ ୨ଟି ସେଲ୍ ଫୋନ୍ ଓ ୫ହଜାର ଟଙ୍କା ଚୋରି ହୋଇ ଯାଇଛି। ଭ୍ୟାନିଟିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଲକର ଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପୁରୀ: କାର କାଚ ଭାଙ୍ଗି ମୋବାଇଲ ଫୋନ୍ ଚୋରି
Advertisment
Follow Us