ଦାନଗହୀର ହତ୍ୟା ମାମଲା : ଦେଢ଼ମାସ ପରେ ଅଭିଯୁକ୍ତ ଗିରଫ

Advertisment
ଦାନଗହୀର ହତ୍ୟା ମାମଲା : ଦେଢ଼ମାସ ପରେ ଅଭିଯୁକ୍ତ ଗିରଫ

Person in handcuffs

ପିପିଲି :ବହୁଚର୍ଚ୍ଚିତ ଦାନଗହୀର ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ଦେଢମାସପରେ ପୁଲିସକୁ ସଫଳତା ମିଳିଛି । ପିପିଲି ଥାନା ହାଟସାହି ପଂଚାୟତ ଅନ୍ତର୍ଗତ ଦାନଗୋହିର ଗାଁରେ ଫେବ୍ରୁୟାରି ୧୦ ବିଳମ୍ବିତ ରାତିରେ ବାପା ମହମ୍ମଦ ଅବୁଲ(୬୫), ଝିଅ ନାଜୋ ବେଗମ(୧୨) ଓ ମା ରହିମା ବିବି(୫୫)ଜିବନ୍ତ ଦଗ୍ଧ ହେବା ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ଅବୁଲଙ୍କ ସମୁଦୀ ଇମତିଆଜ ଅଲ୍ଲି ଖାନ(୬୫) ଓ ତାଙ୍କ ପୁଅ ଇଲିଆଜ(୪୦) ଖାଁକୁ ଗିରଫ କରିଛି । ମୃତ ଅବୁଲ ସମୂଦୀ ଇମତିଆଜଙ୍କୁ ଏକ ଚାପୁଡ଼ା ମାରିଥିବାରୁ ପ୍ରତିଶୋଧରେ ଇମତିଆଜ ଏହି ନାରକୀୟ କାଣ୍ଡ ଭିଆଇଥିଲା ବୋଲି ଜଣାପଡ଼ିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଓ ପିପିଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ସୂଚନା ମୁତାବକ ମୃତ ଅବୁଲଙ୍କ ସାନପୁଅ ମହମ୍ମଦ ଜୁମା ବାରମ୍ବାର ଅଭିଯୋଗ କରି ଆସୁଥିଲେ ଯେ ଭାଇଙ୍କର ଶଶ୍ୱର ପ୍ରତିଶୋଧ ପରାୟଣ ହୋଇ ଘରେ କିରାସିନୀ ଢାଳି ନିଆଁ ଲଗାଇ ବାପା, ମା ଭଉଣୀକୁ ପୋଡ଼ି ମାରିଛନ୍ତି। ସେ ବାପା, ମା’ଙ୍କୁ ପୋଡ଼ି ମାରିବାକୁ ପୂର୍ବରୁ ଧମକ ଦେଇଥବା ଜୁମା ଅଭିଯୋଗ କରିଥିଲେ। ଗତ ୨ମାସ ତଳେ ଏନେଇ ଦୁଇ ସମୁଦିଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା ଓ ମୃତ ଅବୁଲ ସମୁଦି ଇମଦତୁଲ୍ଲାଙ୍କୁ ଏକ ଚାପୁଡ଼ା ମାରିଥିଲେ । ପ୍ରତିଶୋଧ ପରାୟଣ ହୋଇ ଇମତିଆଜ ସମୁଦୀଙ୍କ ପରିବାର ଉପରେ ଦାଉ ସାଧିଥିବା ପୁଲିସ ନିକଟରେ ସ୍ୱୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe