ଆଖି ଆଗରେ ଜଳିଗଲା ନୂଆ ସ୍କୁଟି!

ନୂଆପଲ୍ଲୀ: ବିଜେଡି କାର୍ଯ୍ୟାଳୟ ସାମ୍ନାରେ ରାତିଅଧିଆ ବୋମାମାଡ଼

Image Courtesy of Times of India

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ କୋଠକୁସାଙ୍ଗ ଗ୍ରାମ ଅଧୀନ ନଡ଼ିଆଗୋରଡି ସାହିରେ ଜଣେ ଯୁବକର ଇଲେକ୍ଟି ବାଇକ୍ ରେ ସର୍ଟ-ସର୍କିଟରେ ଗାଡ଼ିରେ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡ଼ିଯାଇଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି।

ସୁଚନା ମୁତାବକ କୋଠକୁସାଙ୍ଗ ଅଧୀନ ନୋଡିଆ ଗୋରଡି ଗ୍ରାମର ନିରଞ୍ଜନ ବାରିକ କରିଥିବା ଅଭିଯୋଗ ଅନୁଯାୟୀ ଆଜି ସକାଳ ୭ ଘଟିକା ସମୟରେ ନିମାପଡ଼ା ଯିବା ପାଇଁ ନିଜର ଇଲେକ୍ଟ୍ରି ବାଇକ୍ ଗାଡ଼ି ନଂ(ଓଡି-୦୫-ବିଏଫ୍-୮୬୦୭)ରେ ନିମାପଡ଼ା ଯିବା ପାର୍ଇ ଘରୁ ଗାଡ଼ି ବାହାର କରିବା ମାତ୍ରେ ଗାଡ଼ିରେ ଧୁଆ ବାହାରୁଥିବା ଦେଖି ଗାଡ଼ି ଉପରୁ ଓହ୍ଲାଇ ପଡ଼ିଥିଲେ। କିନ୍ତୁ କିଛି ସମୟ ଭିତରେ ଗାଡ଼ିଟି ବ୍ୟାଟେରି ସହ ସଂପୂର୍ଣ୍ଣ ହୁହୁ ହୋଇ ଜଳି ଯାଇଥିଲି। ପରେ ଗ୍ରାମର ଲୋକମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe