ପୁରୀ: ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେବାରୁ ପ୍ରତିହାରୀ ସେବକଙ୍କୁ ନୋଟିସ୍ କରାଯାଇଛି। ନୀତି ବିଶୃଙ୍ଖଳା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି। ବଡ଼ଦ୍ୱାର ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ ଏଥିନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।
ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ଦ୍ୱାରଫିଟାରେ ୩୫ ମିନିଟ ବିଳମ୍ବ ହୋଇଥିଲା। କେଉଁ କାରଣରୁ ଦ୍ୱାରଫିଟା ବିଳମ୍ବ ହେଲା, ଏହା ପଛରେ କେଉଁ କାରଣ ଅଛି ଏନେଇ ଜବାବ ତଲବ କରିଛି ଶ୍ରୀମନ୍ଦିର ପ୍ରଶାସନ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ପ୍ରତିହାରୀ ନିଯୋଗ ସ୍ୱାଗତ କରିଥିବା ବେଳେ ଅନ୍ୟ ନୀତି ବିଳମ୍ବ ହେଲେ ବି ସମାନ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିବେଦନ କରିଛି।
ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ: ପ୍ରତିହାରୀ ସେବକଙ୍କୁ ଜବାବତଲବ କଲା ଶ୍ରୀମନ୍ଦିର ପ୍ରଶାସନ
Advertisment
Follow Us