ପୁରୀ: କେତେ ଖୁସି ଓ ଉଲ୍ଲାସ ନେଇ ସପରିବାରଙ୍କ ସହିତ ଶୀକ୍ଷେତ୍ର ଯାଇଥିବା ଦୂତିବାମନ ବେହେରା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସ୍ୱର୍ଗାରୋହଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ଦୂତିବାମନ ନିଜର ପତ୍ନୀ, ପୁଅ, ବୋହୂ ଓ ପୁତୁରାଙ୍କ ସହିତ ଗୁରୁବାର ପୁରୀ ଯାଇଥିଲେ। ଅପରାହ୍ନରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଜଗନ୍ନାଥ ଦର୍ଶକ କଲେ। ଆନନ୍ଦ ବଜାରରେ ଅଭଡ଼ା ଖାଇ ମଜା ନେଲେ। କିନ୍ତୁ ଉତ୍ତର ଦ୍ୱାରା ଦେଇ ଫେରିବା ବାଟରେ ସେ ଝୁଣ୍ଟି ପଡ଼ିବାରୁ ଗୁରୁତର ହୋଇଥିଲେ। ପରିବାର ଲୋକଙ୍କ ଦ୍ୱାରା ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସତ ଅବସ୍ଥାରେ ଦୂତିବାମନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ହସ୍ପିଟାଲରେ ପହଞ୍ଚି ମୃତ ଦେହ ଜବତ କରିଛି।
ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପରେ ବୃଦ୍ଧଙ୍କ ସ୍ୱର୍ଗାରୋହଣ
Advertisment
Follow Us