ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ, ଅଫୁଟା ଗୁଳି ଜବତ

Advertisment
ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ, ଅଫୁଟା ଗୁଳି ଜବତ

ପୁରୀ: ସମୁଦ୍ରକୂଳ ଥାନା ଅନ୍ତର୍ଗତ ଅର୍ବାନ ହାଟ ନିକଟରେ ଶନିବାର ଗୁଳିକାଣ୍ଡ ଘଟଣାରେ ରବିବାର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି ସହିତ ଗୋଟିଏ ଖୋକା ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହମ୍ମଦ ସାମସୁଦ୍ଦିନ (୩୦)କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ କହିଛି, ପୁରୀ ବସଷ୍ଟାଣ୍ଡରେ ଠିିକା କାମକୁ କେନ୍ଦ୍ର କରି ଶନିବାର ଗୁଳିକାଣ୍ଡ ଘଟିଥିଲା। ବକେୟା ଟଙ୍କା ମାଗି ନମିଳିବାରୁ ଠିକାଦାର ସାମସୁଦ୍ଦିନ ଏକ ଦେଶୀ ବନ୍ଧୁକରେ ମିଲନ ମିଶ୍ର ଓ ଆକୁନା ପରିଡ଼ା ଏବଂ ସେକ୍‌ ସଲାମଙ୍କୁ ଗୁଳି କରିଥିଲା। ମାତ୍ର ସେଠାରୁ ମିଲନ, ଆକୁନା ଓ ଅସଲାମ ଛତ୍ରଭଙ୍ଗ ଦେବାରୁ ଗୁଳିଟି ଶୂନ୍ୟରେ ଚାଲି ଯାଇଥିଲା। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଖୋକା ଜବତ କରିଥିଲା। ଏନେଇ ଅସଲାମ ଅଭିଯୋଗ କରିବାରୁ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ସାମସୁଦ୍ଦିନକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe