ଖାଉଟି କାର୍ଡଧାରୀଙ୍କୁ ଚାଉଳ, ବିପନ୍ନଙ୍କୁ ନାହିଁ

Advertisment

ରିଲିଫ୍‌ ପାଇଁ ବଢ଼ୁଛି ଅସନ୍ତୋଷ

ରିଲିଫ୍‌ ପାଇଁ ବଢ଼ୁଛି ଅସନ୍ତୋଷ

ଖାଉଟି କାର୍ଡଧାରୀଙ୍କୁ ଚାଉଳ, ବିପନ୍ନଙ୍କୁ ନାହିଁ

ପୁରୀ: ପୁରୀ ଜିଲ୍ଲାରେ ରିଲିଫ୍ ବଣ୍ଟନକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ପ୍ରଶାସନିକ ସ୍ଥାଣୁତାକୁ ନେଇ ଅସନ୍ତୋଷର ନିଆଁ ଜଳିଥିଲା। ଏବେ ପର୍ଯ୍ୟନ୍ତ ଏହି ନିଆଁ ଲିଭିନି। ଏବେ ବି ସାହି, ଗଳିକନ୍ଦିରେ ରିଲିଫ୍ ବଣ୍ଟନରେ ପ୍ରଶାସନିକ ଅବହେଳାକୁ ନେଇ ରାସ୍ତାରୋକ ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଶାସନର ଆଉ ଏକ ଭୁଲ ଅସନ୍ତୋଷର ନିଆଁକୁ ଆହୁରି ବ୍ୟାପକ କରିଛି। ପ୍ରଶାସନ ଖାଉଟି କାର୍ଡଧାରୀଙ୍କୁ ଚାଉଳ ବାଣ୍ଟି ଅନ୍ୟ ବିପନ୍ନମାନଙ୍କୁ ଏଥିରୁ ଦୂରେଇ ରଖିଛି। ଫଳରେ ଅନ୍ୟ ବିପନ୍ନମାନେ ଏହାକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଲେଣି। ବାତ୍ୟା ଫନି ପୂରା ଜିଲ୍ଲାକୁ ଛାରଖାର କରିଦେଇଛି। ଘରଦ୍ବାରଠାରୁ ଆରମ୍ଭ କରି ଗଛପତ୍ର ସବୁକୁ ମାଟିରେ ମିଶାଇ ଦେଇଛି। ମୁଣ୍ଡ ଗୁଞ୍ଜିବାକୁ ଛାତ ବି ରଖିନି। ଏଭଳି ଦୁର୍ଦ୍ଦିନ ପରିସ୍ଥିତିରେ ପ୍ରଶାସନ କେବଳ ରାସନକାର୍ଡଧାରୀଙ୍କୁ ଚାଉଳ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟ ବି କିଛିଦିନ ହେବ ଆରମ୍ଭ ହୋଇଗଲାଣି। ଯାହା ରାସନ୍ କାର୍ଡ ନଥିବା ବିପନ୍ନଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି। ସେପଟେ ଆଜି ବି ରିଲିଫ୍ ବଣ୍ଟନରେ ପ୍ରଶାସନିକ ଅବହେଳାକୁ ନେଇ ପୁରୀ ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖାଦେଇଛି। ଲୋକେ ରାସ୍ତାରୋକ ସହ ନିଆଁ ଜାଳି ରିଲିଫ୍ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe