କୋଣାର୍କ: ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ରାଜ୍ୟର ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ତିନିଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ବିକି ଜିଲ୍ଲାରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସତର୍କତା ମୂଳକ ସୂଚନା ଜାରି ହୋଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ଠାରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପିଛା ୪୦ରୁ ୬୦ କିମି ରହିବ। ଏହା ପୂର୍ବରୁ ଜିଲ୍ଲା ପ୍ରସାଶନ ପକ୍ଷରୁ ପୁରୀ ଓ କୋଣାର୍କକୁ ବୁଲିବାକୁ ଆସିଥିବା ହଜାର ହଜାର ପର୍ଯ୍ୟଟନଙ୍କ ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଜାରି କରିଛନ୍ତି। ବିଶେଷ ଭାବେ କୋଣାର୍କ, ଚନ୍ଦ୍ରଭାଗା, ସମୁଦ୍ରକୂଳକୁ ପର୍ଯ୍ୟଟକମାନେ ନଯିବାକୁ ବାରଣ କରାଯାଇଛି।
ଜିଲ୍ଲା ପ୍ରସାଶନ ପକ୍ଷରୁ ପୁରୀ ଓ କୋଣାର୍କକୁ ବୁଲିବାକୁ ଆସିଥିବା ହଜାର ହଜାର ପର୍ଯ୍ୟଟନଙ୍କ ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଜାରି କରିଛନ୍ତି।
ସମୁଦ୍ର ବୁଲିବାକୁ ନଯିବାକୁ ବୋଟ ଚାଳକମାନଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରଣ କରାଯାଇଛି। ତା ସହିତ ସ୍ଥାନୀୟ ମତ୍ସ୍ୟଜୀବୀମାନେ ୨୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଡଙ୍ଗା କି ବୋଟ ନେଇ ମାଛ ମାରିବାକୁ ନଯିବା ପାଇଁ ମତ୍ସ୍ୟବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
IMD | Konark
Follow Us