ବିଜେଡି କର୍ମୀଙ୍କ ଆକ୍ରମଣରେ ସମିତି ସଭ୍ୟ ଗୁରୁତର: ଥାନାରେ ୩ ଅଟକ, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି

Advertisment

ପିପିଲିରେ ରାଜନୈତିକ ହିଂସା

ପିପିଲିରେ ରାଜନୈତିକ ହିଂସା

ବିଜେଡି କର୍ମୀଙ୍କ ଆକ୍ରମଣରେ ସମିତି ସଭ୍ୟ ଗୁରୁତର: ଥାନାରେ ୩ ଅଟକ, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି

ପିପିଲି: ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଯୋଗୁ ସମିତି ସଭ୍ୟ ଗୁରୁତର ହୋଇଥିବାର ଖବର ମିଳିଛି। ଏହି ମାମଲାରେ ପୁଲିସ ଏଯାଏ ୩ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଅସଫଳ ହୋଇଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁଯାୟୀ, ପିପିଲି ବ୍ଲକ ସହଜପୁରରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପଞ୍ଚାୟତର ସମିତି ସଭ୍ୟ ଗଦାଧର ପରିଡ଼ା ଗୁରୁତର ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ଜଣ ଆହତ ହୋଇଥିଲେ।  ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି।

ଗତକାଲିର ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ରାତିରେ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଜେପି କର୍ମୀମାନେ ପିପିଲି ଥାନା ଘେରାଉ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। କିନ୍ତୁ ଏଯାବତ୍ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିପାରି ନଥିବାରୁ ଏହାକୁ ନେଇ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe