କୋଣାର୍କ: (ସୁକାନ୍ତ ବିଶ୍ବାଳ):ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଅପରାହ୍ନରେ ଚନ୍ଦ୍ରଭାଗାରେ ପହଁଚି ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବସ୍ଥଳ ସମୀକ୍ଷା କରିଛନ୍ତି। ଡିସେମ୍ବର ୧୩ ତାରିଖରେ ୮ମଥର ପାଇଁ ପୁରୀ କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ କୁଶଭଦ୍ରା ନଦୀ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଇକୋ-ରିଟ୍ରିଟର ପ୍ରସ୍ତୁତିକୁ ମଧ୍ୟ ସେ ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ।
ଚନ୍ଦ୍ରଭଗାରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କାର୍ଯ୍ୟକୁ ଦେଖିବା ସହ ବାଲୁକା ଉତ୍ସବ ନିମନ୍ତେ ତୁରନ୍ତ କାର୍ଯ୍ୟକୁ ସାରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ (ପ୍ରୋଟୋକଲ), ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ଗୋପ ବିଡ଼ିଓ ଛବିରାଣୀ ସାହୁ, ଗୋପ ତହସିଲଦାର ସୂର୍ଯ୍ୟଶଙ୍କର ଦାଶ, କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ୟୁମ୍ନ କୁମାର ଜେନା, ପର୍ଯ୍ୟଟନ ସହାୟକ ନିର୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ହସ୍ତ ଶିଳ୍ପ ଅଧିକରୀ ପୁରୀ ସୂର୍ଯ୍ୟ କାନ୍ତ ପଣ୍ଡା, ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ସମେତ ଟିପିକଲଡ଼ର ନିର୍ବାହୀଯନ୍ତ୍ରୀ ବିଶ୍ୱରଂଜନ ବେହେରା, ପୂର୍ତ୍ତବିଭାଗ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ବାଳ ଓ ଏନଏଚଆଇର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ଆହୁରି ପଢ଼ନ୍ତୁ: Chintan Shivir: ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି: କେନ୍ଦ୍ରମନ୍ତ୍ରୀ
ଡିସେମ୍ବର ୧ରୁ ବାଲୁକା କଳା ଉତ୍ସବ
କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଆସନ୍ତା ଡ଼ିସେମ୍ବର ୧ରୁ ୫ତାରିଖ ପାଞ୍ଚଦିନ ବ୍ୟାପି ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବ।ପ୍ରଥମ ଥର ପାଇଁ ମିସନ ଶକ୍ତି ପକ୍ଷରୁ ଚନ୍ଦ୍ରଭଗା ମାଘମେଳା ପଡିଆରେ ୧୫୦ଟି ଷ୍ଟଲ ନିର୍ମାଣ କରାଯାଇ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ। ମହିଳାଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀ ହେବ ପଦର୍ଶିତ। ଏଥି ନିମନ୍ତେ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ବ ହୋଇଛି। ପଦ୍ମଶ୍ରୀ ସୁଦର୍ଶନ ପଟନାୟକଙ୍କ ତତ୍ୱବାଧାନରେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ବାଲୁକାଶିଳ୍ପୀମାନେ ଏହି ବାଲୁକାକଳା ପ୍ରଦର୍ଶନୀରେ ଯୋଗଦେବେ ତା ସହିତ ୫ଟି ଦେଶର ବିଦେଶୀ ବାଲୁକା ଶିଳ୍ପୀ ମଧ୍ୟ ଏଥିରେ ଭାଗନେବେ। ଏନେଇ ଚନ୍ଦ୍ରଭାଗା ବେଳାଭୂମିରେ ଚଳିତ ବର୍ଷ ୩୫ଟିରୁ ଊର୍ଦ୍ଧ୍ବ ଷ୍ଟଲ ପ୍ରସ୍ତୁତି ନିମନ୍ତେ ଜେସିବି ମାଧ୍ୟମରେ ବାଲି ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ପରେ ଜିଲ୍ଲାପାଳ ଶ୍ରୀ ପରିଡା ଅନ୍ୟ ଅଧିକାରୀ ମାନଙ୍କ ସହ ଆସନ୍ତା ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ରେ ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ୩୬ ତମ ନୁତ୍ୟ ଉତ୍ସବ ନିମନ୍ତେ ଚାଲିଥିବା ପ୍ରସ୍ତୁତି କୁ ବୁଲି ଦେଖିବା ସହିତ ହେଲିପ୍ଯାଡ଼୍ ଠାରେ ଆୟୋଜିତ ହେବାକୁ ଥିବା ମିନାବଜାର ଓ ପାର୍କିଂ ବ୍ୟବସ୍ଥା ବୁଲିଦେଖିଲେ। ଏଥିସହିତ ମୀନାବଜାର ମଧ୍ୟରେ ଜେପରି କୈଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୂଯେ ସେଥିନେଇ କୋଣାର୍କ ଏନଏସିକୁ ପରାମର୍ଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: NIT Rourkela: ନିର୍ଭୁଲ ଜମି ଚିହ୍ନଟ କରିବ ସ୍ବୟଂଚାଳିତ ଡ୍ରୋନ୍ ‘ଭୂୂ-ମାନଚିତ୍ର’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/20/puri-collectior1-2025-11-20-23-02-06.jpg)