ସତସଙ୍ଗ ଠାକୁର ବାଡି ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

Advertisment
ସତସଙ୍ଗ ଠାକୁର ବାଡି ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ଚକ୍ରତୀର୍ଥ ରୋଡସ୍ଥିତ ସତସଙ୍ଗ ଠାକୁର ବାଡି ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ବୁଧବାର ସକାଳେ ସେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ  ଠାକୁରବାଡ଼ି ଗସ୍ତ କରି ମନ୍ଦିରରେ ଦର୍ଶନ ପ୍ରଣାମ ନିବେଦନ କରିଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ ସାହୁ ଏଵଂ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଆଶିଷ ସୁବୁଦ୍ଧି ମଧ୍ୟ ଉପସ୍ଥିତ ଥିଲେ। ଡକ୍ଟର ନନ୍ଦ କିଶୋର ପ୍ରଧାନ ଏବଂ  ଅରୁଣ କୁମାର ସାହୁ ଜିଲ୍ଲାପାଳଙ୍କୁ ଠାକୁରବାଡ଼ିକୁ ସ୍ବାଗତ କରି ପରିସର ବୁଲାଇ ଦେଖାଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଶ୍ରୀଶ୍ରୀବଡ଼ଦାଙ୍କ ସମାଧି ପୀଠ ଦର୍ଶନ କରି ଠାକୁର ବାଡ଼ିର ଆଧ୍ୟାତ୍ମିକ ପରିବେଶର  ବହୁ ପ୍ରଶଂସା କରିଥିଲେ।

ଆଗାମୀ ଜୁନ ୫ ତାରିଖ ଦିନ ମହୋଦଧିରେ  ସତସଙ୍ଗର ବିଗତ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ  ଜନସମାଗମ  ଓ ଏହାର ଆୟୋଜନକୁ ନେଇ ସେ ଆଲୋଚନା କରିଥିଲେ। ଏଥି ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ  ଗତ ୨୩ ତାରିଖରେ ଠାକୁର ବାଡି ପରିଦର୍ଶନ କରି ଚିତାଭସ୍ମ ବିସର୍ଜନ ଲାଗି  ବିହିତ ପଦକ୍ଷେପ ନେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ପ୍ରଦାନ କରାଯିବ ବୋଲି ସତସଙ୍ଗର ସହ-ସଂପାଦକ  ଡ. ବିନାୟକ ମହାପାତ୍ରଙ୍କୁ  ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe