ଅତ୍ୟାବଶ୍ୟକ ନଥିଲେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀ ପୁରୀ ନଆସନ୍ତୁ: ଜିଲ୍ଲା ପ୍ରଶାସନ

ସେବକଙ୍କ ପାଇଁ ବିପଦ ସାଜିଛି ଶ୍ରୀମନ୍ଦିର ରୋଷ ଅଗଣା

Sambad English

ପୁରୀ: କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ଲାଗି ପୁରୀ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯଥା ସମ୍ଭବ ହବିଷ୍ୟାଳୀମାନେ ପୁରୀ ନଆସନ୍ତୁ। ଅତ୍ୟାବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ନଆସିଲେ ଭଲ। କିନ୍ତୁ ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ କୋଭିଡ କଟକଣା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କୁ ପୁରୀ ନଆସିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଜନସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ମଧ୍ୟ ଏଯାଏଁ ଖୋଲାଯାଇନାହିଁ। ବର୍ତ୍ତମାନ ପୁରୀରେ ମଧ୍ୟ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe