ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି ନେଇ ପୁରୀ-ସାତପଡ଼ା ଜାତୀୟ ରାଜପଥ ରାସ୍ତାରୋକ

Advertisment

ଦୁର୍ଘଟଣାରେ ବାଳକଙ୍କ ମୃତ୍ୟୁ ଘଟଣା

ଦୁର୍ଘଟଣାରେ ବାଳକଙ୍କ ମୃତ୍ୟୁ ଘଟଣା

ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି ନେଇ ପୁରୀ-ସାତପଡ଼ା ଜାତୀୟ ରାଜପଥ ରାସ୍ତାରୋକ

ପୁରୀ: ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବାଳକଙ୍କ ମୃତ୍ୟୁ ପରେ ଅଟକ ଗାଡ଼ି ଚାଳକଙ୍କୁ ଛାଡ଼ିଦେବା ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକମାନେ ପୁରୀ-ସାତପଡ଼ା ଜାତୀୟ ରାଜପଥ ଉପରେ ପୋଡ଼ାଜଳା କରିଛନ୍ତି। ସନ୍ଧ୍ୟା ୫ଟାରେ ହୋଇଥିବା ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି।

publive-image

ଜାତୀୟ ରାଜପଥକୁ ରାସ୍ତାରୋକ କରାଯିବା ପରେ ବିଶେଷ ସୂତ୍ରରୁ ସୂଚନା ପାଇ ଏସଡିପିଓ ସୁଶୀଲ ମିଶ୍ର ଓ ସଦର ଥାନା ଓ ପୁଲିସ ଟିମ୍‌ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ସୂଚନାଯୋଗ୍ୟ ଗତକାଲି ଖଡ଼ିପଦାରେ ଏକ ସଡ଼କ ଦୁର୍ଘଟଣାରେ ଉତ୍ତମ ନାୟକଙ୍କ ନାମରେ ଜଣେ ବାଳକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଚାଳକଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅଟକ ରଖି ପରେ ଛାଡ଼ି ଦେଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଆଜି ଉତ୍ତେଜନା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe