ଭୁବନେଶ୍ବର: ଚଳିତ ମାସ ୨୦ ତାରିଖ ଠାରୁ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ତୀବ୍ର କରାଯାଇଛି। ଶ୍ରଦ୍ଧାଳୁମାନେ ୬ଥାକିଆ ବେରିକେଡ୍ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ସହ ମହାପ୍ରଭୁଙ୍କ ଦର୍ଶନ କରିବେ। ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ରାତି ପାହିଲେ ଶାମ୍ବଦଶମୀ: କାଲି ମାଗଣାରେ ପର୍ଯ୍ୟଟକ ବୁଲିବେ ସୂର୍ଯ୍ୟ ମନ୍ଦିର
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛିl ନାଟମଣ୍ଡପ ଭିତରେ ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ସେନେଇ ୬ ଥାକିଆ ବାରିକେଡ୍ କରାଯାଇଛି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବl ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବ।
ଏହି ଖବର ପଢ଼ନ୍ତୁ: କାଲି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବl ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବ।
ଏହି ଖବର ପଢ଼ନ୍ତୁ: ଏକ ଦେଶ ଏକ ନିର୍ବାଚନ: ଜେପିସି ବୈଠକରେ ୧୮ହଜାର ପୃଷ୍ଠାର ତଥ୍ୟ ଉପସ୍ଥାପିତ
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ବ୍ୟବସ୍ଥା ନେଇ ଅନେକ ଶ୍ରଦ୍ଧାଳୁ ବିରକ୍ତି ପ୍ରକାଶ କରୁଛନ୍ତି। ସୁଚିନ୍ତିତ ଓ ସୁବ୍ୟବସ୍ଥା ଦ୍ବାରା ମହାପ୍ରଭୁଙ୍କ ଦର୍ଶନ କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ ବୋଲି ମତ ପକାଶ ପାଉଛି। ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବା ଦ୍ବାରା ସମସ୍ତେ ସହଜ ଓ ସୁରକ୍ଷିତରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା: ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2024/06/Puri-temple-1.jpg)