Image Courtesy of MSN
ଭୁବନେଶ୍ବର: ପୁରୀ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ଆରମ୍ଭ ହେଇଯାଇଛି। ଆଜି ଦିନାସାରା ଉପକୂଳରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ଭୁବନେଶ୍ୱରରେ ୩୬.୪ ମିମି, ଖୋର୍ଦ୍ଧାରେ ସର୍ବାଧିକ ୭୧ ମିମି, ବାଲେଶ୍ୱରରେ ୧୩.୪ ମିମି ବର୍ଷା ରେକର୍ଡ ହେଇଛି। ଆନ୍ଧ୍ରପ୍ରଦେଶର ନସରପୁର, ୟନମ, କାକିନାଡ଼ା, ଟୁନି, ଭାଇଯାକ ଆଜି ମଧ୍ୟାହ୍ନ ପରଠାରୁ ସ୍ଥଳଭାଗ ଛୁଇଁବା ଆରମ୍ଭ କରିବ ସାମୁଦ୍ରିକ ବାତ୍ୟା ‘ଅସାନୀ’। ଏହା ଆସନ୍ତାକାଲି ଦୁର୍ବଳ ହୋଇ ଅବପାତ ହେବ ।ସ୍ଥଳଭାଗ ଛୁଇଁବା ପରେ ଜଳୀୟବାଷ୍ପ କମିବ। ଏଣୁ ବର୍ଷାର ପରିମାଣ ବି କମିବ। ୧୨ ତାରିଖ ରାତି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି।
ସାମୁଦ୍ରିକ ବାତ୍ୟା ‘ଅସାନୀ’ ଆଜି ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁବ। ତେଣୁ କୋରାପୁଟ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ବତନ୍ତ୍ର ଭାବେ ପଟାଙ୍ଗି, ନନ୍ଦପୁର ଓ ସେମିଳିଗୁଡା ବ୍ଲକକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଭୁସ୍ଖଳନ ସମ୍ଭାବନା ରହିଥିବାରୁ ଗାଁଗୁଡିକୁ ନିରୀକ୍ଷଣ କରାଯାଉଛି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
Follow Us