ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଚକ, ଦଣ୍ଡା ଓ ଚଉତା କାମ

Advertisment
ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଚକ, ଦଣ୍ଡା ଓ ଚଉତା କାମ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ୨୬ ଦିନ ପୂରିଥିବା ବେଳେ ଦଣ୍ଡା ଓ ଚଉତା କାମ ଆଗେଇ ଚାଲିଛି। ଆଜି ରଥ ଖଳାରେ ଭୋଇ ସେବକମାନେ ଆବଶ୍ୟକ ଦଣ୍ଡା ଓ ଚଉତା କାଠ ରଥଖଳାରେ ପକାଇଛନ୍ତି। ଦଣ୍ଡା ପକାର ଦ୍ଵିତୀୟ ଦିନରେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପାଇଁ ୨ଟି ଲେଖା ୬ଟି କାଠ ପଡ଼ିଛି। ସେହିପରି ଚଉତା ପାଇଁ ତିନି ରଥର ୨ଟି ଲେଖା ୬ଟି କାଠ ପକାଯାଇଛି। ତିନି ରଥ ପାଇଁ ୪୨ ଚକ ଆବଶ୍ୟକ ଥିବା ବେଳେ ଅଧାରୁ ଅଧିକ ଚକ କାମ ଶେଷ ହୋଇଛି।  ନନ୍ଦିଘୋଷ ରଥର ୧୬ଟି ଚକରୁ ୧୧ଟି, ତାଳଧ୍ୱଜ ରଥର ୧୪ଟି ଚକରୁ ୯ଟି ଓ ଦର୍ପଦଳନ ରଥର ୧୨ଟି ଚକରୁ ୯ଟି ଚକ ଶେଷ ହୋଇଛି। ସେପଟେ କୋଣଗୁଜ ଓ ଅନ୍ୟାନ୍ୟ କାମକୁ ବି ରୂପକାର ସେବକମାନେ ତ୍ୱରାନ୍ଵିତ କରିଛନ୍ତି। ଚକ କାମକୁ ଶେଷ କରିବା ଲାଗି ବିଶ୍ୱକର୍ମାମାନେ ତତ୍ପରତା ଦେଖାଇଥିବା ବେଳେ ଏହା ପାଇଁ ଆବଶ୍ୟକ ପନ୍ଦାରୀ, ପନ୍ଦାରୀ ଚାବି, ବଳା କାମ ପାଇଁ ମଧ୍ୟ କମାର ସେବକମାନେ ଲାଗି ପଡିଛନ୍ତି। ଚକ ନିର୍ମାଣ ପାଇଁ ଆବଶ୍ୟକ ମୁତାବକ ସମସ୍ତ ଲୌହସାମଗ୍ରୀ ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ଦିନେ ଦୁଇ ଦିନ ଭିତରେ ଦଣ୍ଡା କଣ୍ଟା ଓ ଅନ୍ୟାନ୍ୟ କାମ ଆରମ୍ଭ ହେବ ବୋଲି ଓଝା ସେବକ ଅର୍ଜୁନ ମହାରଣା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe