ରଥ ଖଳା ହାଲ୍‌ଚାଲ୍‌ : ତିନି ରଥରେ ଲାଗିଲା ପ୍ରଭା, ଆଜି ସିଂହଦ୍ଵାର ଚକଡ଼ାକୁ ଯିବ ରଥ

ରଥ ଖଳା ହାଲ୍‌ଚାଲ୍‌ : ତିନି ରଥରେ ଲାଗିଲା ପ୍ରଭା, ଆଜି ସିଂହଦ୍ଵାର ଚକଡ଼ାକୁ ଯିବ ରଥ

ପୁରୀ : ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଏହା ଭିତରେ ଶେଷ ହୋଇଥିବା ବେଳେ ରଥଖଳା ଚାଳି ଭଙ୍ଗା ସରିଛି। ବର୍ତ୍ତମାନ କେବଳ ରଥ ଉପର କାମ ଚାଲିଛି। ଗତକାଲି ତିନି ରଥରେ କଳସ, ଓଲଟ ଶୁଆ ଓ ଦୁଆର ବେଢ଼ା କନା ଲାଗିବା ପରେ ଆଜି ପ୍ରଭା ସଂଯୋଗ କରାଯାଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ତିନି ଠାକୁରଙ୍କ ଶୋଭାବର୍ଦ୍ଧନ ପାଇଁ ସିଂହାସନରେ ପ୍ରଭା ସଂଯୋଗ କରାଯାଇଥାଏ। ଏହା ଉପରେ ଆଉଜି ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥଯାତ୍ରା କରିଥାନ୍ତି। ତିନି ରଥର ସିଂହାସନ ଚକ ଉପରେ ତିନି ଠାକୁର ବିଜେ କରିଥାନ୍ତି। ତିନି ରଥରେ ପ୍ରଭା ପ୍ରମୁଖ ତଥା ଶେଷ କାମ ଭାବେ ପରିଗଣିତ ହେଉଥିବା ବେଳେ ଆଜି ଏହି କାମ ଶେଷ ହୋଇଛି। ସେପଟେ ତିନି ରଥରେ ଠେକରା ବାଡ଼ିଆ କାମ ବି ଆଜି ଶେଷ ହୋଇଛି। ତିନି ରଥରେ ଆଜି ସଖୀ ସଂଯୋଗ କରାଯାଇଛି। ଆଜି ରାତିରେ ତିନି ରଥରେ ଦରଜୀ ସେବକମାନେ କନା ଲଗାଇଛନ୍ତି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରା ଦର୍ପଦଳନ ରଥରେ କନା ସଂଯୋଗ ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ କନା ଲାଗିଛି। ଆସନ୍ତାକାଲି ତିନି ରଥ ସିଂହଦ୍ଵାର ସମ୍ମୁଖ ଚକଡ଼ାକୁ ଯିବେ। ପରମ୍ପରା ମୁତାବକ, ମହାପ୍ରଭୁଙ୍କ ଆଜ୍ଞାମାଳ ଆସନ୍ତାକାଲି ଶ୍ରୀମନ୍ଦିରରୁ ଆସିବା ପରେ ତିନି ରଥରେ ଆଜ୍ଞାମାଳ ବିଜେ ହେବ। ପରେ ତିନି ରଥ ଚକଡ଼ାକୁ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe