ପୁନରୁଦ୍ଧାର ହେବ ଅର୍ବାନହାଟ: ଅନୁଧ୍ୟାନ କଲେ ଆରଡିସି

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କୋଣାର୍କ ଅର୍ବାନହାଟକୁ ନୂତନ ରୂପରେଖ ଦେବା ଲକ୍ଷ୍ୟ ନେଇ ଶନିବାର ମଧ୍ୟାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଧିକାରୀ ଗୋହା ପୁନମ ତାପସ କୁମାର କୋଣାର୍କ ରିଙ୍ଗରୋଡ୍‌ରେ ଥିବା ଅର୍ବାନହାଟରେ ପହଁଚି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

088d7ed2-7dfd-45d5-93f7-e8e902bc6b20

କୋଣାର୍କ: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କୋଣାର୍କ ଅର୍ବାନହାଟକୁ ନୂତନ ରୂପରେଖ ଦେବା ଲକ୍ଷ୍ୟ ନେଇ ଶନିବାର ମଧ୍ୟାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଧିକାରୀ ଗୋହା ପୁନମ ତାପସ କୁମାର କୋଣାର୍କ ରିଙ୍ଗରୋଡ୍‌ରେ ଥିବା ଅର୍ବାନହାଟରେ ପହଁଚି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାକୁ ସବୁଦିନ ପାଇଁ ଚଳଚଞ୍ଚଳ ରଖିବା ପାଇଁ ଏହାର ପୁନରୁଦ୍ଧାର କରାଯାଇ ପର୍ଯ୍ୟଟକଙ୍କ ନିମନ୍ତେ ସମସ୍ତ ସୁବିଧାର ବ୍ୟବସ୍ଥା କରିବାପାଇଁ ସେ  ଅର୍ବାନହାଟ ପରିସରରେ ବୁଲି ଟିକିନିଖି ଦେଖିଥିଲେ।

ଶ୍ରୀମତୀ ପୁନମଙ୍କ ସାଥିରେ ସିଡାକର ସଚିବ ସୁବ୍ରତ କୁମାର ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା, ହସ୍ତଶିଳ୍ପ ଉପନିର୍ଦେଶକ ବିଷ୍ଣୁପଦ ମରାଣ୍ଡି, ହସ୍ତଶିଳ୍ପ ବିକାଶ ଅଧିକାରୀଣୀ ଇପ୍‌ସିତା ପ୍ରଧାନ, କୋଣାର୍କ ଅର୍ବାନହାଟ ପରିଚାଳକ ପ୍ରଦୀପ କୁମାର ମିଶ୍ର, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, କୋଣାର୍କ ରାଜସ୍ୱ ନିରୀକ୍ଷକ କୁଅଁର ମୁର୍ମୁ ପ୍ରମୁଖ ସମସ୍ତ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ।

ପର୍ଯ୍ୟଟକମାନଙ୍କୁ ବାନ୍ଧି ରଖିବା ପାଇଁ ଅର୍ବାନହାଟ ମଧ୍ୟରେ ଅଚଳ ହୋଇ ପଡ଼ିରହି ଥିବା ୱାଟର ଫାଉଣ୍ଟେନକୁ ତୁରନ୍ତ ସଚଳ କରାଯିବାକୁ ନିଷ୍ପତ୍ତି ହୋଇଥିଲଶ। ସ୍ବତନ୍ତ୍ର ଚେୟାରର ବ୍ୟବସ୍ଥା କରାଯିବା ସହ ଅର୍ବାନହାଟ ମଧ୍ୟରେ ଥିବା ୪୫ଟି ଗୃହ ମଧ୍ୟରୁ ୫ଗୋଟି ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସଂରକ୍ଷିତ ରଖି ୨୦ଟି ଗୃହକୁ ବିଭିନ୍ନ ହସ୍ତଶିଳ୍ପ ଦୋକାନ ପାଇଁ ଦିଆଯିବ। ଅବଶିଷ୍ଠ ୨୦ଟି ଗୃହକୁ ସ୍ବତନ୍ତ ଫୁଡ଼କୋର୍ଟରେ ପରିଣତ କରାଯାଇ ଉପର ମହଲାରେ ଏକ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟର ବ୍ୟବସ୍ଥା କରାଯିବ। ଅନ୍ତର୍ଜାତୀୟ ମାନର ଖାଦ୍ୟ ପରିବେଷଣ କରିବା ପାଇଁ ହୋଟେଲଗୁଡ଼ିକୁ ନିର୍ଦେଶ ଦେଇଥିଲେ। ପର୍ଯ୍ୟଟକଙ୍କ ଜରୁରୀ ଆବଶ୍ୟକତା ଥିବା ଏଟିଏମ କାଉଣ୍ଟର ଗୃହ ଅର୍ବାନହାଟ ସମ୍ମୁଖରେ ନିର୍ମାଣ କରି ତୁରନ୍ତ ଖୋଲିବାକୁ ଆରଡ଼ିସି ପରାମର୍ଶ ଦେଇଥିଲେ। ଅର୍ବାନହାଟ ହାଟ ପରିସରରେ ସ୍ବତନ୍ତ ଟେରାକୋଟା ଖଚିତ ଛତା ଓ ଚେୟାର ପଡିବା ସହ ଅର୍ବାନହାଟ ସମସ୍ତ ଗୃହକୁ ରଙ୍ଗ ଦେଇ ସ୍ବତନ୍ତ ରୂପ ରେ ସଜ୍ଜିତ କରିବାକୁ ନିର୍ଦେଶ ଦେଇଥିଲେ।

Konark

ରିପୋର୍ଟ: ସୁକାନ୍ତ ବିଶ୍ବାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe