ବସ୍‌-ବୁଲେଟ୍‌ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

Advertisment
ପୃଥକ ବାଇକ୍‌ ଦୁର୍ଘଟଣାରେ ୩ ମୃତ

Photo by : punjabtribune.com

ପୁରୀ: କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍‌ ବିପରୀତ ଦିଗରୁ ଆସୁଥିବା ବୁଲେଟ୍‌କୁ ଧକ୍କା ଦେବାରୁ ରବିବାର ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ହୋଟେଲ୍‌ ‘ତୋଷାଳି’ ନିକଟରେ ରବିବାର ହୋଇଥିବା ଦୁର୍ଘଟଣାରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ଅଞ୍ଚଳର ବୁଲେଟ୍‌ ଚାଳକ ଚିତ୍ତରଞ୍ଜନ ବରାଳ(୨୩)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ସାଥୀରେ ବସିଥିବା ଭିଆପି ରୋଡ୍‌ ଅଞ୍ଚଳର ସରୋଜ କୁମାର ସେଠୀଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସୂଚନା ପାଇଁ ପୁଲିସ ପହଞ୍ଚି ଥିଲା। ସ୍ଥାନୀୟ ଲୋକଙ୍କର ସହାୟତାରେ ସରୋଜକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ବସର ଚାଳକ ବାସେଲିସାହି ଥାନାରେ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe