ଡାକ୍ତରଙ୍କ ଘରେ ପଶି ଦୁଇଜଣଙ୍କୁ ହାଣିଲେ: ୧୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଡକାୟତ

ଡାକ୍ତରଙ୍କ ଘରେ ପଶି ଦୁଇଜଣଙ୍କୁ ହାଣିଲେ: ୧୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ ଡକାୟତ

ପିପିଲି: ପୁରୀ ଜିଲ୍ଲା ପିପିଲି ଦକ୍ଷିଣ ସାହି ଗାଁ ଚକ ସାହିରେ ଡାକ୍ତର ରବୀନ୍ଦ୍ର ମହାପାତ୍ରଙ୍କ ଘରୁ ଡକାୟତି ହୋଇଥିବାର ଖବର ମିଳିଛି। ଗ୍ୟାସ କଟରରେ ମୁଖ୍ୟ ଫାଟକକୁ କାଟିବା ପରେ ଝରକା ତାଡ଼ି ମୁହଁରେ ମୁଖା ପିନ୍ଧା ୪ରୁ ୫ଜଣ ଡକାୟତ ଘରେ ପଶି ପରିବାରର ଜଣେ ସଦସ୍ୟ ଜଗଦୀଶ ମହାପାତ୍ରଙ୍କ ମୁଣ୍ଡକୁ ହାଣିଥିଲେ। ତାଙ୍କ ପତ୍ନୀ କଳ୍ପନା ନାୟକଙ୍କ ହାତକୁ ବି ହାଣିଥିଲେ।

ରବୀନ୍ଦ୍ର ମହାପାତ୍ରଙ୍କୁ ଆକ୍ରମଣ କରିବା ସହିତ ସମସ୍ତ ପରିବାର ଲୋକଙ୍କୁ ଏକାଠି କରି ଘରେ ପୁରାଇ ଫିଲ୍ମ ଷ୍ଟାଇଲରେ ସେମାନେ ଚୋରି କରିଥିଲେ। ଘରୁ ସୁନାହାର ଚେନ, ମୁଦି ଅନେକ ଅଳଙ୍କାର ସମେତ ରୁପା ନଗଦ ଟଙ୍କା ଲୁଟି ନେଇଥିଲେ। ଏସବୁ ସାମଗ୍ରୀର ମୂଲ୍ୟ ପାଖାପାଖି ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଏପଟେ ପରିବାରର ସମସ୍ତ ସଦସ୍ୟ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ବଳଙ୍ଗା ଥାନା ପୁଲିସ ଓ ପିପିଲି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ଗାଁ ଲୋକେ ଭୟଭୀତ ଥିବା ବେଳେ ଡକାୟତଙ୍କ ସୁରାଗ ପାଇଁ ପୁଲିସ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe