କଣ୍ଟ ପୂରିଲାଣି ସରୁନି ବିଜୁଳି ପୁନରୁଦ୍ଧାର

Advertisment

8ଏବେ ବି ଅନ୍ଧାରରେ ବେଳାମାର୍ଗ 8ସହରରେ ସରିନି, ଗ୍ରାମାଞ୍ଚଳରେ ସ୍ଥିତି ସ୍ବାଭାବିକ ପାଇଁ ଆହୁରି ଦୁଇ ମାସ 8ଅସହ୍ୟ ତାତିରେ ଛଟପଟ ହେଲାଣି ଜୀବନ

8ଏବେ ବି ଅନ୍ଧାରରେ ବେଳାମାର୍ଗ 8ସହରରେ ସରିନି, ଗ୍ରାମାଞ୍ଚଳରେ ସ୍ଥିତି ସ୍ବାଭାବିକ ପାଇଁ ଆହୁରି ଦୁଇ ମାସ 8ଅସହ୍ୟ ତାତିରେ ଛଟପଟ ହେଲାଣି ଜୀବନ

କଣ୍ଟ ପୂରିଲାଣି ସରୁନି ବିଜୁଳି ପୁନରୁଦ୍ଧାର

ପୁରୀ: ଚଳିତ ମେ ୩ ତାରିଖ ପ୍ରଳୟଙ୍କରୀ ଫନି ବାତ୍ୟାର ୨୦ ଦିନ ପରେ ବି ବିଶ୍ବ ପର୍ଯ୍ୟଟନ ସହର ‘ପୁରୀଧାମ’ର ଦୁଃଖ ଯାଇନି। ବାତ୍ୟାର ତିନି ସପ୍ତାହ ପରେ ସହରରରେ ସବୁଆଡେ ଆଲୁଅ ଜଳି ନାହିଁ। କେବଳ ବଡଦାଣ୍ଡ ଓ ଏହାର ସଂଲଗ୍ନ କିଛି ହାତଗଣତି ସାହିକୁ ବିଦ୍ୟୁତ ସଂଯୋଗ ଦେଇ ଦେଇ ପୁରୀ ବିଦ୍ୟୁତ୍ ଡିଭିଜିନ ପ୍ରଶଂସା ଗୋଟାଇବାକୁ ଉଦ୍ୟମ କରୁଛି। ପୁରୀ ବଡଦାଣ୍ଡ ଓ ସହରର ୧୦ଟି ସାହିକୁ ବିଦ୍ୟୁତ୍ ସଂଯୋଗ ସରିଛି। ସହରର ପ୍ରମୁଖ ସ୍ଥାନ ଭିଆଇପି ‌ରୋଡ. ଚକ୍ରତୀର୍ଥ ଓ ଦିଗବାରେଣୀରୁ ଷ୍ଟଲିଂ ବେଳାମାର୍ଗ ଓ ପ୍ରବେଶ ପଥ ଅଠରନଳା ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ମେ ମାସ ତାତିରେ ଆଉଟ ପାଉଟ ହେଉଥିବା ସହର ଲୋକେଙ୍କ ପକ୍ଷରେ ବିଦ୍ୟୁତ୍ ଯନ୍ତ୍ରଣା ସହିବାର ସୀମା ଟପିଲାଣି। ରାଜଧାନୀରେ ୭ ଦିନରେ ବିଦ୍ୟୁତ୍ ସେବା ସ୍ବଭାବିକ ହୋଇଥିବା ବେଳେ ପୁରୀ ସହରର ଭଳି ଅନ୍ତର୍ଜାତୀୟ ପର୍ଯ୍ୟଟନ ସହରକୁ ଏ କ୍ଷେତ୍ର‌ରେ ଆବଶ୍ୟକ ଗୁରୁତ୍ବ ଦିଆଯାଉନଥିବାରୁ ଏବେ ସହରରୁ ଗ୍ରାମାଞ୍ଚଳ ସବୁଆଡେ ପ୍ରଶାସନ ପ୍ରତି ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ମେ ୧୫ ତାରିଖ ସୁଦ୍ଧା ପୁରୀ ସହରକୁ ଆଲୁଅ ଦେବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ଏ ଦିଗରେ ବିଫଳ ହୋଇଛି। ପୁରୀ ସହରାଞ୍ଚଳରେ ମାତ୍ର ୪୦ ପ୍ରତିଶତ ଅଞ୍ଚଳକୁ ସେବା ମିଳିନଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏ ବର୍ଷ ରଜ ପୂର୍ବରୁ ଆଲୁଅ ଆସିବ କି ନାହିଁ ସେ ନେଇ ସନ୍ଦେହରେ ରହିଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ବୁଝିବାକୁ ପ୍ରଶାସନ ଏ ଯାଏ ଉଦ୍ୟମ କରିନାହିଁ। ଏବେ ବିଦ୍ୟୁତ ଦୁଃଖକୁ ନେଇ ପ୍ରଶାସନ ଓ ସରକାର ଲୋକଙ୍କ ଆକ୍ରୋ‌ର ଶିକାର ହେବାର ସମ୍ଭାବନା ଦେଖାଦେଇଛି। ସହରଠୁ ଗାଁ ଏବେ ଏହାକୁ ନେଇ ଅସନ୍ତୋଷ ବଢିବ‌ାରେ ଲାଗିଛି। ସରକାର ଏହାକୁ ଗମ୍ଭୀରତ‌ାର ସହ ନ ନେଲେ ବିସ୍ପୋରକ ସ୍ଥିତି ଉପୁଜିବ ବୋଲି କୁହାଯାଉଛି।
ପ୍ରକାଶ ଯେ, ସର୍ବାଧିକ ବିଦ୍ୟୁତ ଭିତ୍ତିଭୂମି କ୍ଷତି ହୋଇଥିବା ପୁରୀ ସହରରେ ବିଦ୍ୟୁତ ‌‌ସେବା ସ୍ବଭାବିକ ହୋଇପାରୁନାହିଁ। ୨୧ ତାରିଖ ସୁଦ୍ଧ‌ା ମାତ୍ର ସହରର ୪୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଏବେ ବି ସହରର ୬୦ ପ୍ରତିଶତ ଅଞ୍ଚଳ ବିଦ୍ୟୁତ୍ ସେବାରୁ ବଂଚିତ ରହିଛନ୍ତି। ସହରେ ମନ୍ଥର କାମ ଲୋକଙ୍କୁ ଚିନ୍ତାରେ ପକାଇଛି। ଯେଉଁଭଳି ଢଙ୍ଗରେ ମରାମତି କାମ ଚାଲିଛି ରଜ ପୂର୍ବରୁ ମରାମତି ସରିବ କି ନାହିଁ ସେ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ପୁରୀ ଜିଲ୍ଲାର ନିମାପଡା ଡିଭିଜନରେ କାମ ତ୍ବରାନିତ୍ବ ଚାଲିଥିବା ବେଳେ ପୁରୀ ଡିଭିଜନ୍ ଏ ଦିଗରେ ସଂପୂର୍ଣ୍ଣ ବିଫଳ ରହିଥିବା ଅଭିଯୋଗ ହୋଇଛି। ପୁରୀ ଡିଜିଜନ ଅଧୀନରେ ଥିବା ପୁରୀ ସଦର ବ୍ଲକ୍, ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକ୍ ସାତପଡା ଅଞ୍ଚଳ, କଣାସ ଓ ଡେଲାଙ୍ଗ ବ୍ଲକରେ କାମ ମନ୍ଥର ଗତିରେ ଚାଲିଛି। ଏ ଯାଏ ଖୁଣ୍ଟ ପକା (ପୋତା କାମ) ଅଧା ହୋଇନାହିଁ। କିଛି ଅଞ୍ଚଳରେ କ୍ଷୟକ୍ଷତି ଆକଳନ ମଧ୍ୟ କରାଯାଇନାହିଁ। ଏଭଳି କାମ ଚାଲୁ ରହିଲେ ପୁରୀ ଜିଲ୍ଲାରେ ସଂପୂର୍ଣ୍ଣ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ତିନି ମାସ ଲାଗିଯିବ। ଏ ସଂପର୍କ‌ରେ ପୁରୀ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁଙ୍କୁ ପଚାରିବାରେ କାମ ଚାଲିଛି। ପୁରୀ ବଡଦାଣ୍ଡ ପରେ ଆଜି ଜେଲରୋଡ, ହେରାଗୌରୀ ସାହି, ଦରଜିପୋଖରୀ ଅଞ୍ଚଳକୁ ବିଦ୍ୟୁତ୍ ଚାର୍ଜ ଦିଆଯାଇଛି। ଏଥିପାଇଁ ସେସୁ ପକ୍ଷରୁ ୧୩୦୦ ଶ୍ରମିକ ଓ ଫେଡକୋର ୭୦୦ ଶ୍ରମିକ ମୋଟ ୨ ହଜାର ଲୋକ ଶ୍ରମିକ କାମ କରୁଛନ୍ତି। ପ୍ରତି ୧୦ ଜଣ ଲୋକଙ୍କୁ ନେଇ ଗୋଟେ ଟିମ୍ ଗଠନ କରାଯାଇଛି। ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ସଂଯୋଗ ଦିଆଯାଉଛି, ପ୍ରଥମେ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ କାମ ସରିବା ପରେ ଗ୍ରାମାଞ୍ଚଳ କଥା ଚିନ୍ତା କରାଯିବ ବୋଲି କହିଛନ୍ତି। ତେବେ କାମ‌ରେ ନିୟୋଜିତ ଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ନିଜ ଅଞ୍ଚ‌ଳରେ କାମ ସାରିବାକୁ ପ୍ରତିଯୋଗିତା ଚାଲିଛି। ଯିଏ ଅଧିକ ଟଙ୍କା ଦେଉଛି ସେ ସାହିର କାମ ପ୍ରାଥମିକତା ଦିଆଯାଉଛି। ଏଭଳି ସ୍ଥିତିକୁ ନେଇ ମଧ୍ୟ ସାହିସାହିରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe