କୋଣାର୍କ: ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬ ଗିରଫ

Advertisment
କୋଣାର୍କ: ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬  ଗିରଫ

କୋଣାର୍କ: ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ  ମାମଲାରେ କୋଣାର୍କ ପୁଲିସ ବୁଧବାର ପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି। ଗତ ୧୭ ତାରିଖ ଦିନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ କୋଣାର୍କର ବିଭିନ୍ନ ଲଜ୍‌ ଉପରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ୬ ଜଣଙ୍କୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ ଅର୍କକ୍ଷେତ୍ର କୋଣାର୍କ ଅଞ୍ଚଳରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ ହୋଇଥିବା ଅକ୍ଟୋବର ୧୭ରେ ଜଣା ପଡ଼ିଥିଲା। ଜଣେ  ପିତୃହରା ଯୁବତୀଙ୍କୁ ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ କୋଣାର୍କ ନେଇ ଆସିଥିଲେ। ବଙ୍ଗୀୟ ଯୁବତୀଙ୍କୁ ଏଠାରେ ଏକ ଦେହ ବ୍ୟବସାୟ କାମରେ ଲଗାଇ ଦିଆଯାଇଥିଲା। ଘଟଣା ଦିନ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମରେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଏକ ଲଜରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କୁ ବିକ୍ରି କରିବା ପାଇଁ ଜଣେ ଯୁବକ ଯୋଜନା କରୁଥିଲା। ଏହି ସମୟରେ ଯୁବତୀ ଚିତ୍କାର କରିବାରୁ କିଛି ଲୋକ ଶୁଣିଥିଲେ। ସେମାନେ ହଠାତ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe