ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୬ ଅଭିଯୁକ୍ତ ଗିରଫ

ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୬ ଅଭିଯୁକ୍ତ ଗିରଫ

ପୁରୀ: ଗତ ୩ ତାରିଖ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ସିଂହଦ୍ୱାର ପୁଲିସ ଓ ଟାଉନ୍‌ ପୁଲିସ ଶୁକ୍ରବାର ଆଉ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ଟାଉନ୍‌ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିର ରଘୁନାଥ ଦାସ, ଧାନକୋଟିସାହି ନିବାସୀ ସୁରେନ୍ଦ୍ର ପରିଡ଼ିା, ଜାଗିଣିଆ ଗାଁର ଗଙ୍ଗାଧର ପାଲଟାସିଂହ, ବାସେଲିସାହି ଥାନା ପୁଲିସ ଅନ୍ତର୍ଗତ ପାଣିକେତାଲେନ ନିବାସୀ ଦୁଃଶାସନ ଖାଟୋଇ, ବଳଙ୍ଗା ଥାନା ଅନ୍ତର୍ଗତ ବୀରବରପୁର ଗାଁର ଚିତ୍ତରଞ୍ଜନ ଦୀକ୍ଷିତ ଓ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣିତ୍ରୀ ଗାଁର ବାପି ମୁଦୁଲିଙ୍କୁ ପୁଲିସ ଗିରଫ କରିଛି। ବାପି ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ରହୁଛି।

ପୁରୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ ୬୬ ଜଣ ଗିରଫ ହୋଇଛନ୍ତି ବୋଲି ପୁଲିସ କହିଛି। ଏହି ଘଟଣାରେ ଆହୁରି ଶତାଧିକ ଲୋକ ଗିରଫ ହେବେ ବୋଲି ପୁଲିସ କହିଛି। ଗିରଫ ହେବା ଭୟରେ ହିଂସାକାଣ୍ଡ କରିଥିବା ବ୍ୟକ୍ତିମାନେ ଫେରାର ଅଛନ୍ତି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ବେଳେ ପ୍ରବଳ ହିଂସା ଦେଖାଯାଇଥିଲା। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀମାନେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ କରିଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପୁଲିସ ଉପରକୁ ପଥରମାଡ କରିଥିଲେ। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୋକମାନେ ଲୁଟ ମଧ୍ୟ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe