ବାପାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୁଅ ଗିରଫ

Advertisment
ବାପାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୁଅ ଗିରଫ

ପୁରୀ: ବାପା ମୁଣ୍ଡକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଥିବା ପୁଅକୁ ଆଜି ସମୁଦ୍ରକୂଳ ଥାନା ପୁଲିସ ଗିରଫ କରିଛି। ଗତକାଲି ବାଙ୍କିମୁହାଣ ଅଞ୍ଚଳରେ ରହୁଥିବା ଶ୍ରୀଧର ଦାସ (୪୦) ନିଶାସକ୍ତ ଅବସ୍ଥାରେ ସେହି ଅଞ୍ଚଳରେ ବୁଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ନିଜ ପୁଅ ସଦାଶିବ ବି ଏଥିରୁ ବର୍ତ୍ତିନଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଦାଶିବ (୨୦) ଏକ ଇଟାରେ ବାପ ମୁଣ୍ଡକୁ ଛେଚି ଦେବାରୁ ଶ୍ରୀଧରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏ ସମ୍ପର୍କରେ ସମୁଦ୍ରକୂଳ ଥାନାରେ ଅଭିଯୋଗ ହେବାରୁ ପୁଲିସ ଆଜି ସଦାଶିବକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe