ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଥିବା ଏକ ଆବାସିକ କଲେଜର ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ନିମାପଡ଼ା ଥାନା ଗୁହାଳପଡ଼ାରେ ଥିବା ଏକ ଆବାସିକ କଲେଜର ଛାତ୍ରାବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସେହି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ। ତାଙ୍କର ଘର ଜଗତସିଂହପୁର ଜିଲ୍ଲା ନାଉଗାଁରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତେବେ କେଉଁ କାରଣରୁ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ, ଆଜି ସକାଳେ ଅନ୍ୟ ଛାତ୍ରୀମାନେ କଲେଜକୁ ଯାଇଥିଲେ। ହେଲେ ମୃତକ କଲେଜ୍ ନ ଯାଇ ରୁମରେ ରହିଥିଲେ। କିଛି ସମୟ ପରେ ଜଣାପଡ଼ିଲା ସେ ସେ ଏକ ପ୍ଲାଷ୍ଟିକ୍ ଦଉଡ଼ି ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ ନିମାପଡ଼ା ଥାନା ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
Follow Us