କଟୁରି ଚୋଟରେ ଛାତ୍ର ଗୁରୁତର

Advertisment
କଟୁରି ଚୋଟରେ ଛାତ୍ର ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକ ନିକଟରେ ଜଣେ ଯୁବକଙ୍କ କଟୁରି ଚୋଟରେ ଭୁବନେଶ୍ୱର ବେସିକ୍‌ ସାଇନ୍‌ସ କଲେଜର ଯୁକ୍ତ ୩ର ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ବାଳକାଟି ଅଞ୍ଚଳର ଶୁଭ୍ରାଂଶୁ ମହାନ୍ତିି(୨୬)କୁ ଗିରଫ କରିଛି। ବେସିକ୍‌ ସାଇନ୍‌ସ କଲେଜରେ ପଢ଼ୁଥିବା ଭୁବନେଶ୍ୱର ପଟିଆ ଅଂଚଳର ଅଭିଷେକ ଦାସ(୨୨) ଗୁଡ଼ିଆପୋଖରୀ ନିକଟରେ ଏକ ଦୋକାନରେ ତାଙ୍କର ଜଣେ ସାଥୀଙ୍କ ସହ ବସିଥିବାବେଳେ ଶୁଭ୍ରାଂଶୁ ନିଶାଶକ୍ତ ଅବସ୍ଥାରେ ସେଠାରେ ପହଞ୍ଚି କଟୁରିରେ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ଅଭିଷେକଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପରେ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe