ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ସ୍ବର୍ଗରଥ ଲୋକାର୍ପିତ

Advertisment
ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ସ୍ବର୍ଗରଥ ଲୋକାର୍ପିତ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ସ୍ବର୍ଗରଥକୁ ଆଜି ଲୋକାର୍ପିତ କରିଛନ୍ତି । ଶବକୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହକ ଭାବେ କାର୍ଯ୍ୟ କରିବ। ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ। ଏଥିଲାଗି ପୌରାଞ୍ଚଳ ମଧ୍ୟରେ ସାତ ଶହ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨ ଶହ ଟଙ୍କା ଦେବାକୁ ହେବ। ଏଥିନିମନ୍ତେ ୦୬୭୫୨-୨୯୧୨୯୧ ନମ୍ବରକୁ ଫୋନ କରି ଏହି ସେବା ଉପଲବ୍ଧ କରିହେବ।
ଓଏମସି ପକ୍ଷରୁ ଏହି ଗାଡ଼ି ଯୋଗାଇ ଦିଆଯାଇଛି। ଏହାଦ୍ବାରା ପୁରୀ ପୌରାଞ୍ଚଳର ବାସିନ୍ଦାମାନେ ଏହି ସବୁଦିନିଆ ସେବା ପାଇପାରିବେ। ଏଥିସହ ଜିଲ୍ଲାପାଳ ଶବ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇଥିବା ସତ୍କାର ସେବକ ଅଭୟ ନାୟକ, କୈଳାଶ ନାୟକ, ଗଙ୍ଗୁ ନାୟକଙ୍କ ସମେତ ଅନ୍ୟ କନିଷ୍ଠ, ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି।
publive-imageଜିଲ୍ଲାପାଳ ଶ୍ରୀ ବର୍ମା ସ୍ବର୍ଗଦ୍ବାର ବୁଲି ଦେଖିବା ସହ ଜାରି ଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। । ଏହି ଅବସରରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ସ୍ବର୍ଗଦ୍ବାର ପରିଚାଳନା କମିଟି ସଭ୍ୟ ସିଦ୍ଧାର୍ଥ ରାୟ, କଟକୀ ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସଗୁରୁ ଓ ସ୍ବର୍ଗଦ୍ବାରରେ ନିୟୋଜିତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe