କୋଣାର୍କ (ସୁକାନ୍ତ ବିଶ୍ବାଳ): ପ୍ରତିବର୍ଷ ପରି ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନାଗ ଚତୁର୍ଥୀ ତିଥିରେ ଚନ୍ଦ୍ରଭାଗା ତେଲୁଗୁବସ୍ତିରେ ଥିବା ତେଲୁଗୁ ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ନାଗ ଦେବତାଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରିଛନ୍ତିI ନାଗଚତୁର୍ଥୀରେ ନାଗଦେବତାଙ୍କୁ ପୂଜାକରି ତେଲୁଗୁ ସଂପ୍ରଦାୟର ଲୋକମାନେ ପରିବାରର ଶୁଭ ମନାସିଛନ୍ତି।
କାର୍ତ୍ତିକ ମାସ ନାଗ ଚତୁର୍ଥୀରେ ନାଗଦେବତାଙ୍କୁ ପୂଜାର୍ଚ୍ଚନା କଲେ ପରିବାରର ରିଷ୍ଟକଷ୍ଟ ଖଣ୍ଡନ, ଶିଶୁମାନଙ୍କ ଶରୀର ଆରୋଗ୍ୟ ରହିବା ଓ ପୂଣ୍ୟପ୍ରାପ୍ତିର ଧାର୍ମିକ ଭାବନା ନେଇ ତେଲୁଗୁ ସଂପ୍ରଦାୟ ପକ୍ଷରୁ ଏହି ଉତ୍ସବକୁ ବେଶ ଜାକଜକମରେ ପାଳନ କରାଯାଇଥାଏ। ଏହି ପୂଜାପାଇଁ ସାତଦିନ ପୂର୍ବରୁ ପରିବାରର ମୁଖ୍ୟମାନେ ନାଗଦେବତାଙ୍କ ଆଶୀର୍ବାଦ ପାଇଁ ମାନସିକ କରି ଉପବାସ ରହି ନାଗଦେବତାଙ୍କୁ ସୁମରଣା କରିଥିଲେ।
ଆହୁରି ପଢ଼ନ୍ତୁ: Cyclone Montha: ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ନାଗ ଦେବତାଙ୍କୁ ପୂଜାର୍ଚ୍ଚନା
ସାତଦିନ ପୁରିବା ପରେ ଆଜି ମଙ୍ଗଳବାର ସକାଳୁ ତେଲୁଗୁ ସଂପ୍ରଦାୟର ପ୍ରତି ପରିବାର ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସଦସ୍ୟମାନେ ନୂତନବତ୍ସ ପରିଧାନ କରି କୋଣାର୍କ-ଚନ୍ଦ୍ରଭାଗା ଓ ଚନ୍ଦ୍ରଭାଗା-ପୁରୀ ବେଳାମାର୍ଗ, ଚନ୍ଦ୍ରଭାଗା, ହେଲିପ୍ୟାଡ଼, ଭଗବତୀ ପୀଠ ରାସ୍ତାକଡ଼ରେ ଥିବା ଉଇହୁଙ୍କା ଗୁଡ଼ିକରେ ନାଗଦେବତାଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରିଥିଲେ।
ଆହୁରି ପଢ଼ନ୍ତୁ: Cabinet Approves: ରାଜ୍ୟ କ୍ୟାବିନେଟ୍ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ
ଉଇହୁଙ୍କାରେ ପୂଜାର୍ଚ୍ଚନା
ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ଶତାଧିକ ମହିଳା, ପୁରୁଷ ପୂଜା ସାମଗ୍ରୀ ସାଥିରେ ଆଣି ହୁଙ୍କା ଚାରିପାଖ ପ୍ରଥମେ ସଫା କରି, ପାଣିରେ ସ୍ନାନ କରାଇ ଗୋବର ପାଣି ସିଞ୍ଚନ କରି ମୁରୁଜ ପକାଇ ଧୂପ, ଦୀପ ଲଗାଇଥିଲେI ଫଳ, ଚୁଡ଼ା, ନଡ଼ିଆ, ମାଣ୍ଡିଆ ଆଦି ଭୋଗ ଲଗାଇବା ସହିତ ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୁଙ୍କା ଭିତରେ ପରିବାରର ପ୍ରତେକ ଲୋକ କ୍ଷୀର ଢାଳିବା ସହିତ ଅଣ୍ଡା ଉଇହୁଙ୍କା ଗାତ ମଧ୍ୟ ରେ ଥୋଇଥିଲେI ପରେ ନାଗ ଦେବତାଙ୍କ ପାଇଁ ହୁଙ୍କା ଉପରେ କୁକୁଡ଼ା ବଳି ପକାଇ ରକ୍ତକୁ ସମର୍ପି ଦେଇଥିଲେ। ବାଜା ବାଣ ପୁଟାଇ ନାଗଦେବତାଙ୍କୁ ନିଷ୍ଠାର ସହ ପୂଜା କରିଥିଲେ। ସେମାନଙ୍କ ଏହି ପୂଜା ଓ ଜନଗହଳିରେ ବେଳାମାର୍ଗ ଚଳଚଞ୍ଚ ହୋଇପଡ଼ିଥିଲା। ପରେ ହୁଙ୍କା ନିକଟରେ ବଳି ଦେଇଥିବା କୁକୁଡ଼ାକୁ ଘରକୁ ଆଣି, ରୋଷେଇ କରି ସମସ୍ତ ପରିବାର ସଦସ୍ୟ ଏକତ୍ରିତ ହୋଇ ଭୋଜନ କରିଥିଲେ। ଏହି ଉତ୍ସବ କୋଣାର୍କ ଅଂଚଳରେ ଏବ ଦିନକୁଦିନ ଏକ ନିଆରା ପରମ୍ପରାର ବାତାବରଣ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/25/konark-2025-10-25-22-16-04.jpg)