Image Courtesy of India Today
ଭୁବନେଶ୍ବର: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଥିଲା। ମଏଁସା ଗାଁ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିଲା। ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା। ଡଙ୍ଗାଟି ସକାଳ ସାଢ଼େ ୯ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା। ତେବେ ମଏଁସା ନିକଟରେ ଥିବା ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଡଙ୍ଗାଟି ମଝି ନଈରେ ଫସି ରହିଥିଲା। ତେବେ ଡଙ୍ଗା ଚାଳକ ଆହୁଲା ମାରି ଗାଁ ନିକଟରେ ଥିବା ଏକ କୁଦରେ ଡଙ୍ଗାକୁ ଲଗାଇଥିଲେ।
Follow Us