ଶିବପାର୍ବତୀଙ୍କ ପୁରୁଣା ମୂର୍ତ୍ତି ଚୋରି କରି ନଦୀବନ୍ଧରେ ଛାଡ଼ି ପଳାଇଲେ ଚୋର

ଶିବପାର୍ବତୀଙ୍କ ପୁରୁଣା ମୂର୍ତ୍ତି ଚୋରି କରି ନଦୀବନ୍ଧରେ ଛାଡ଼ି ପଳାଇଲେ ଚୋର

public.app

ପିପିଲି: ଶେଷରେ ଠାକୁରଙ୍କୁ ବି ଛାଡିଲେନି ଚୋର। ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧ ରେ ଫୋପାଡ଼ିଲେ। ପୁରୀ ଜିଲ୍ଲା ପିପିଲି ବ୍ଲକ ଗୋବର୍ଦ୍ଧନପୁର ଦୟା ନଦୀବନ୍ଧରେ ଚୋରି କରି ଆଣିଥିବା ଶିବ ପାର୍ବତୀଙ୍କ ପୁରୁଣା ମୂର୍ତ୍ତି ରଖି ଚୋର ପଳାଇଲେ। ଜରି ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଶିବ ପାର୍ବତୀଙ୍କ ମୂର୍ତ୍ତିକୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଏପଟେ ଘଟଣା ବିଷୟରେ ପିପିଲି ପୁଲିସ ସୂଚନା ପାଇ ଅଧିକ ତଦନ୍ତ ଆରମ୍ଭ କରୁଛି।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶୌଚ ପାଇଁ ଯାଇଥିବା ନଦୀବନ୍ଧକୁ ଯାଇଥିବା ବେଳେ ଏକ ଅଖାରେ ବନ୍ଧା ହୋଇଥିବା ଏହି ମୂର୍ତ୍ତିକୁ ସେମାନେ ଦେଖିଥିଲେ। ଅନୁମାନ କରାଯାଉଛି କି ଚୋରି କରି ଆଣି ନେଉଥିବା ସମୟରେ କୌଣସି କାରଣବଶତଃ ଏଠି ଚୋରମାନେ ମୂର୍ତ୍ତିକୁ ରଖି ପଳାଇଛନ୍ତି। ଏହି ମୂର୍ତ୍ତି ବହୁତ ପୁରୁଣା ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe