ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର କୋଟକୋସଙ୍ଗ ପଞ୍ଚାୟତ ଅନ୍ତଗତ ବକୁ ଗ୍ରାମ ନିକଟରେ ଏକ ହେଟା ବାଘ ଦେଖାଦେଇଛି। ଗ୍ରାମର ପିଲାମାନେ ଟେକା ଫୋପାଡ଼ି ତାକୁ ଆହତ କରିଥିଲେ। ପରେ ବାଘଟି ନିକଟରେ ଥିବା ଏକ ବୁଦା ମୂଳେ ଆଶ୍ରୟ ନେଇ ଲୁଚିଥିବା ଜଣାଯାଇଥିଲା।
ଏହା ଜାଣି ଜଙ୍ଗଲ ବିଭାଗକୁ ଗ୍ରାମବାସୀ ଖବର ଦେଇଥିଲେ। କିନ୍ତୁ ବନ ବିଭାଗର କର୍ମଚାରୀ ପହଞ୍ଚିବା ଆଗରୁ ହେଟା ବାଘ ମରିଯାଇଥିବାର ଖବର ମିଳିଛି।
Follow Us