ଗାଡ଼ି ଡ୍ରାଇଭରଙ୍କୁ ମାଡ଼ ମାରି ୩ ପର୍ଯ୍ୟଟକ ଗିରଫ

Advertisment
ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

ପୁରୀ: ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଜଣେ ଡ୍ରାଇଭର୍‌ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ସେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ ତିନି ଜଣ ପର୍ଯ୍ୟଟକଙ୍କୁ ଗିରଫ କରି ନୋଟିସ୍‌ ଦେଇ ଛାଡ଼ିଥିବା ଜଣାପଡ଼ିଛି। ପୁଲିସ କହିଛି ଯେ ଗତକାଲି ହରିୟାନାରୁ କିଛି ଯାତ୍ରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେମାନଙ୍କୁ ଗୋପ ଥାନା ଅନ୍ତର୍ଗତ ବାମନାଳ ନିବାସୀ ଗୌତମ ମୁଦୁଲି ଏକ ଗାଡ଼ିରେ ପୁରୀ ଆଣିଥିଲେ। ମାତ୍ର ଡାକ୍ତରଖାନା ଛକରୁ ଗାଡ଼ି ଆଗକୁ ଆସିବାକୁ ଦିଆନଯିବାରୁ ସେ ସେଠାରେ ଗାଡ଼ି ପାର୍କିଂ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ଓ ସମୁଦ୍ରସ୍ନାନ ପରେ ଏହି ଗାଡ଼ି ନିକଟକୁ ଆସିବା ପାଇଁ ଡ୍ରାଇଭର ଗୌତମ ପର୍ଯ୍ୟଟକଙ୍କୁ କହିଥିଲେ। ମାତ୍ର ଅପରାହ୍ନରେ ଯାତ୍ରୀମାନେ ଫେରିବା ପରେ ତାଙ୍କୁ ମାରପିଟ୍ କରିଥିଲେ। ଏ ନେଇ ଗୌତମ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ପୁନମ, ରୁପେଶ ଓ ରଞ୍ଜିତାକୁ ଗିରଫ କରିବା ପରେ ସେମାନଙ୍କୁ ନୋଟିସ୍‌ ଦେଇ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe