ପୁରୀ (ସତ୍ୟନାରାୟଣ ରାଉତରାୟ): ବିଜେ କାହାଳୀ, ତେଲିଙ୍ଗି ବାଜା, ଝାଞ୍ଜ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶ୍ରୀନଅର। ପୁଷ୍ୟାଭିଷେକ ହୋଇଥିଲେ ଗଜପତି ମହାରାଜ ଦିବ୍ୟସିଂହଦେବ। ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତିଙ୍କ ପୁଷ୍ୟାଭିଷେକ ଶ୍ରୀନଅରରେ ସମ୍ପନ୍ନ ହୋଇଛି। ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟି ପୂଜା ଅନୁଷ୍ଠିତ କରାଯାଇଥିଲା। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଗଜପତି ଓ ମହାରାଣୀଙ୍କ ବନ୍ଦାପନା ପରେ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ଗଜପତି ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ନଡ଼ିଆ ଓ ପଇତା ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ।
ଏହା ଶ୍ରୀନଅରର ଏକ ପାରମ୍ପରିକ ପର୍ବ। ପ୍ରଥମେ ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରୀୟ ପୂଜା କରାଯାଏ। ଏହାପରେ ଅଭିଷକ ନୀତି ସମ୍ପନ୍ନ ହୁଏ। ଗଜପତିଙ୍କୁ ମଙ୍ଗଳାର୍ପଣ ଓ ପରେ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଏ। ଗଜପତି ଗାଦି ଘରକୁ ବିଜେ କରନ୍ତି। ଷୋଳ ଶାସନ ବ୍ରାହ୍ମଣମାନେ ଆଣିଥିବା ପଇତା ପ୍ରଦାନ କରିବା ସହିତ ଆଶୀର୍ବାଦ ଦେଇଥାନ୍ତି।
ଆହୁରି ପଢ଼ନ୍ତୁ: Maneka Gandhi said about Pollution: ଯେଉଁମାନେ ବାଣ ଫୁଟାନ୍ତି ସେମାନେ ଦେଶଦ୍ରୋହୀ: ମାନେକା ଗାନ୍ଧୀ
ଆଶିଷ ପ୍ରଦାନ ବ୍ରାହ୍ମଣ
ଗଜପତିଙ୍କ ରାଜ୍ୟ ଶାସନ ଶୁଭ ମଙ୍ଗଳରେ ଚାଲୁ ଏବଂ ଜଗତର କଲ୍ୟାଣ ହେଉ ବୋଲି ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥାନ୍ତି। ଶ୍ରୀନଅରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Cricket : ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍ ହରାଇଲା ୧୯ ବର୍ଷରୁ କମ ଭାରତୀୟ ଦଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/05/gajapati-maharaj-2026-01-05-22-20-42.jpg)