ପୁରୀ ସମୁଦ୍ରରେ ବୁଡ଼ି ୨ କ୍ରିକେଟ ଖେଳାଳି ନିଖୋଜ, ୨ ଉଦ୍ଧାର

Advertisment
ପୁରୀ ସମୁଦ୍ରରେ ବୁଡ଼ି ୨ କ୍ରିକେଟ ଖେଳାଳି ନିଖୋଜ, ୨ ଉଦ୍ଧାର

ପୁରୀ: ସମୁଦ୍ରରେ ବୁଡ଼ି ଶୁକ୍ରବାର ୨ଜଣ କ୍ରିକେଟ ଖେଳାଳିଙ୍କ ନିଖୋଜ ଥିବା ଜଣାପଡ଼ିଛି। ଏହି ଘଟଣାରେ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ୮ଜଣ କଲେଜ ଛାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭୁବନେଶ୍ୱର ଆସିଥିଲେ। ସମୁଦ୍ରରେ ଗାଧୋଇବା ପାଇଁ ସେମାନେ ଶୁକ୍ରବାର ସକାଳୁ ପୁରୀ ଯାଇଥିଲେ। ଚୈତନ୍ୟ ଘାଟରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଭାସି ଯାଇଥିଲେ।

ତଟରକ୍ଷୀ ସୁରକ୍ଷା କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ବରଗଡ଼ ବିକାଶ କଲେଜର ବିବିଏ ଛାତ୍ର ନିଖିଲ ପାଢ଼ୀ ଓ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ବିବିଏ ଛାତ୍ର ରିତିକ ଜୈନଙ୍କୁ ଉଦ୍ଧାର କରିଛନ୍ତି। ରିପୋର୍ଟ ଲେଖା ଯିବା ବେଳେକୁ ବରଗଡ଼ସ୍ଥିତ ବିକାଶ ସ୍କୁଲ ଅଫ୍‌ ମ୍ୟାନେଜ୍‌ମ୍ୟାଣ୍ଟର ଛାତ୍ର ଯଦୁମଣି ବଚ୍ଛ ଓ ରାଉରକୋଲାସ୍ଥିତ ଇସ୍ପାତ ଜଲେଜର ଛାତ୍ର ଆକାଶ କହକା ନିଖୋଜ ଅଛନ୍ତି।

publive-image

ସମୁଦ୍ରକୁ ଗାଧୋଇ ଯାଇଥିବା ଅନ୍ୟଛାତ୍ରମାନେ ହେଲେ ସୁନ୍ଦରଗଡ଼ ସରକାରୀ କଲେଜର ଛାତ୍ର ସୁରତ ସିଂହ, ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଛାତ୍ର କେ ସିଦ୍ଧାର୍ଥ, ସମ୍ବଲପୁର ଜିଲ୍ଲା ହୀରାକୁଦ କଲେଜର ଛାତ୍ର ରାହୁଲ ବିଶ୍ୱକର୍ମା ଓ ଜଣେ ଛାତ୍ରଙ୍କ ନାମ ପୁଲିସକୁ ହସ୍ତଗତ ହୋଇ ନଥିବା ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗତ ଜାନୁଆରୀ ୧୬ ରେ ଆସିଥିବା କ୍ରିକେଟ ଟିମ୍‌ଙ୍କ ଶୁକ୍ରବାର ବିଶ୍ରାମ ଦିନ ଥିଲା। ବିଶ୍ରାମରୁ ଲାଭ ଉଠାଇବା ପାଇଁ ସେମାନେ ପୁରୀକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe