ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍‌ସ ମାମଲା: କିରାଣି, ପିଅନଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ

Odisha Bytes

ପୁରୀ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଅଙ୍ଗନୱାଡ଼ି କର୍ମୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ସ୍ପେସିଆଲ୍‌ ଜଜ୍‌ଙ୍କ ଦ୍ବାରା ଜାରି ହୋଇଥିବା ୱରେଣ୍ଟ୍‌ ଆଧାରରେ ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ପ୍ରଭାତ ମିଶ୍ରଙ୍କ ପତ୍ନୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଯାଇଛି। ସଂଧ୍ୟାରାଣୀ ଏବେ ପୁରୀ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଭାବେ କାମ କରୁଛନ୍ତି।

ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ପରିବାର ରହୁଥିବା ତାଙ୍କ ବାପାଙ୍କ ଘରେ, ବାଶେଳୀସାହିର ମାଛ ମାର୍କେଟ ନିକଟରେ ଥିବା ତ‌ାଙ୍କର ଏକ ଆଜବେଷ୍ଟ୍ ଘରେ, ପୁରୀ ସଦର ଥାନା ଅଞ୍ଚଳରେ ଥିବା ତାଙ୍କର ଆଉ ଏକ ଆଜ୍‌ବେଷ୍ଟ ଘରେ, ବାଶେଳୀସାହିର ଲୋକନାଥ ରୋଡ୍‌ର ହାତୀଶାଳରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବିଲ୍ଡିଂରେ, ହାତୀଶାଳରେ ଥିବା ତାଙ୍କ ଶଶୁର ଘରେ, ପୁରୀର ଦେଲେୱାରେରେ ଥିବା ତାଙ୍କ ସ୍ବାମୀଙ୍କ ଅଫିସ୍‌ରେ ଓ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ସବୁ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe