କୋଣାର୍କ: ଗତ ରବିବାର ଦିନ କୋଣାର୍କ ଚନ୍ଦ୍ରଭାଗାରେ ଗଜଲକ୍ଷ୍ମୀ ମୂର୍ତ୍ତି ଭସାଣିକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଉତ୍ତେଜିତ ଲୋକେ ପୁଲିସ ଥାନା ସାମ୍ନାରେ ବସି ଧାରଣା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Mehul Choksi : ଭାରତକୁ ପ୍ରତ୍ୟାର୍ପଣ ହେବ ମେହୁଲ ଚୋକସି, ବେଲଜିୟମ କୋର୍ଟଙ୍କ ନିର୍ଦ୍ଦେଶ
ସୂଚନାଯୋଗ୍ୟ, ନିମାପଡ଼ା ଗଡ଼ଅଣ୍ଡିଆ ଓ କୋଣାର୍କ ମାଙ୍କରଗୋଡି ଗ୍ରାମବାସୀଙ୍କୁ ନେଇ ସଂଘର୍ଷ ଘଟି ଉଭୟ ପକ୍ଷରୁ ୨୧ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ କୋଣାର୍କ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମାଙ୍କରଗୋଡି ଗ୍ରାମବାସୀଙ୍କ ମୁଖିଆମାନେ ଗତ ୧୪ ତାରିଖ ଦିନ କୋଣାର୍କ ଥାନାରେ ପହଁଚି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହ ସମାଧାନ ପାଇଁ ସବିଶେଷ ଆଲୋଚନା କରି ତାଙ୍କୁଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଦାବିପତ୍ର ପ୍ରଦାନ କରିବାର ୩ଦିନ ନପୁରୁଣୁ କୋଣାର୍କ ପୁଲିସ ଗତ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଫୋର୍ସ ନେଇ ମାଙ୍କରଗୋଡ଼ି ଗ୍ରାମରେ ଚଢ଼ଉ କରି ଜଣକୁ ଉଠାଇ ଆଣିବାକୁ ନେଇ ମାଙ୍କରଗୋଡ଼ି ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଆହୁରି ପଢ଼ନ୍ତୁ: Shree Jagannath Idol: ଜଗାକୁ ଛୁଇଁବା ଆଗରୁ ଲିଭିଗଲା ବୋଧେ ନିଆଁ… ସବୁ ସିନା ଜଳିଗଲା ହେଲେ କାଳିଆକୁ କଳା ଧୂଆଁ ଛୁଇଁ ଦେଇଗଲା...
ଆଜି ଏନେଇ ମାଙ୍କରଗୋଡି ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ମହିଳା ପୁରୁଷ କୋଣାର୍କ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧକରି ଥାନା ଘେରାଉ କରି ଧାରଣାରେ ବସିରହିଥିଲେ। ଖବର ପାଇ ବିଜେପି ନିମାପଡା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ୧୨ନଂ ଜୋନ୍ର ଜିଲାପରିଷଦ
ପୁଷ୍ପାରାଣୀ ସ୍ୱାଇଁ, କୋଣାର୍କ ବିଜେପି ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁ, ବିଜେପି ବରିଷ୍ଠ ଯୁବନେତା ରଶ୍ମି ରଞ୍ଜନ ବିଶ୍ୱାଳ, ପୂର୍ବତନ କାଉନସିଲର ରଞ୍ଜିତ କୁମାର ରାଉତରାୟ ପ୍ରମୁଖ ପହଞ୍ଚି ମାଙ୍କରଗୋଡି ଗ୍ରାମବାସୀ ଓ କୋଣାର୍କ ଥାନା ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ସମାଧାନ ପନ୍ଥା ବହାରକରିଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା। ସର୍ବସମ୍ମତି ନିଷ୍ପତି କ୍ରମେ ମାଙ୍କରଗୋଡି ଗ୍ରାମର ୧୦ ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀମାନେ କୋଣାର୍କ ଥାନାରେ ଆଣି ଆତ୍ମସମର୍ପଣ କରାଇଥିଲେ। ପୁଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋଣାର୍କ କୋର୍ଟରେ ହାଜର କରାଇଥିଲେ।
Konark | Odisha Odisha police
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/17/konark-2025-10-17-22-17-43.jpg)