ପୁରୀ: ୨୭ଟି ଲୁଟ୍‌ ମାମଲାରେ ସଂପୃକ୍ତ କୁଖ୍ୟାତ ଅପରାଧୀ ‘ବୁଢ଼ା’ ଗିରଫ

Advertisment

୨୦ ଦିନର ଅଭିଯାନ ପରେ ପୁଲିସକୁ ମିଳିଲା ସଫଳତା

୨୦ ଦିନର ଅଭିଯାନ ପରେ ପୁଲିସକୁ ମିଳିଲା ସଫଳତା

ପୁରୀ: ୨୭ଟି ଲୁଟ୍‌ ମାମଲାରେ ସଂପୃକ୍ତ କୁଖ୍ୟାତ ଅପରାଧୀ ‘ବୁଢ଼ା’ ଗିରଫ

ପୁରୀ: କୁଖ୍ୟାତ ଅପରାଧୀ ବୁଢ଼ା ଓରଫ ଇନ୍ଦ୍ରଜିତ ଦାସ(୨୮) ଶନିବାର ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଗିରଫ ହୋଇଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ନିବାସୀ ବୁଢ଼ା ୨୭ଟି ଲୁଟ ମାମଲାରେ ସଂପୃକ୍ତ ଥିଲା ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ଅତିରିକ୍ତ ଏସ୍‌ପି ଜଗନ୍ନାଥ ପ୍ରଧାନ ଓ ସତ୍ୟବାଦୀ ଏସଡିପିଓ ଦୀଲିପ ତ୍ରିପାଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ଷଡ଼ଙ୍ଗୀ କହିଛନ୍ତି, ବୁଢ଼ାକୁ ଧରିବା ପାଇଁ ସତ୍ୟବାଦୀ ଆଇଆଇସି, କଣାସ ଓଆଇସି ଓ ବଳଙ୍ଗା ଓଆଇସିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଦୀର୍ଘ ୨୦ ଦିନର ପରିଶ୍ରମ ପରେ ପୁଲିସକୁ ଏହି ସଫଳତା ମିଳିଛି।

ଲୁଟ ପାଇଁ ନୂଆ ନୂଆ ଲୋକଙ୍କ ସହିତ ସମ୍ପର୍କ
ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଷଡ଼ଙ୍ଗୀ କହିଛନ୍ତି, ଲୁଟ୍‌ ପାଇଁ ବୁଢ଼ା ନିୟମିତ ଭାବରେ ନୂଆ ନୂଆ ଲୋକଙ୍କ ସହିତ ସମ୍ପର୍କ ଯୋଡୁଥିଲା। ସେ ବାଇକରେ ବସାଇ ନେଇକି ଯାଉଥିଲା ଓ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ବନ୍ଧୁକ ମୁନରେ ମୋବାଇଲ, ସୁନା ଚେନ, ଟଙ୍କା ଆଦି ଜିନିଷ ଲୁଟ କରୁଥିଲା। ବୁଢ଼ାର ଅପରାଧୀକ କାମ ସମ୍ପର୍କରେ ଯେତେବେଳେ ଅନ୍ୟମାନେ ଜାଣୁଥିଲେ, ତା ସହିତ ସମ୍ପର୍କ ଛିନ୍ନ କରୁଥିଲେ।

ଏସ୍‌ପି ଷଡଙ୍ଗୀ କହିଛନ୍ତି ଯେ, ବୁଢ଼ା ଖୋର୍ଦ୍ଧା, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ସବୁଠାରୁ ବଡ଼ କଥା ହେଲା ଯେ, ୨୭ଟି ମାମଲାରେ ସମ୍ପୃକ୍ତ ଥିବା ସତ୍ତ୍ୱେ ମଧ୍ୟ ଗୋଟିଏ ଥର ଜେଲ ଯାଇ ନଥିଲା। ନିରାକାରପୁର, ବାଲୁଗାଁ, ଖଲ୍ଲିକୋଟ, ଭୁବନେଶ୍ୱର ସ୍ଥିତ ବିଭିନ୍ନ ଥାନା, ବଳଙ୍ଗା, ଚନ୍ଦନପୁର, ଟାଙ୍ଗୀ(ଖୋର୍ଦ୍ଧା) ଥାନାରେ ବୁଢ଼ା ନାମରେ ଅଭିଯୋଗ ହୋଇଛି। ଖୋର୍ଦ୍ଧା ପୁଲିସ ଶନିବାର ବୁଢ଼ାର ୪ଜଣ ସହଯୋଗ ଗିରଫ କରିବା ପରେ ସମସ୍ତ ଘଟଣା ପଦାରେ ପଡ଼ି ଯାଇଥିଲା। ବାଣପୁର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ସୂଚନା ପାଇଁ ପୁଲିସ ଅଚାନକ ଚଢ଼ାଉ କରି ବୁଢ଼ାକୁ ଗିରଫ କରିଛି ବୋଲି ଷଡ଼ଙ୍ଗୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଅପରାଧୀକ ସାମଗ୍ରୀ ଜବତ
ଗିରଫ ବେଳେ ପୁଲିସ ବୁଢ଼ା ପାଖରୁ ଗୋଟିଏ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ୫ଟି ମୋବାଇଲ, ୫ଟି ମୋବାଇଲ ସିମ୍‌, ୪ଟି ସୁନା ଚେନ, ଗୋଟିଏ ନେକଲେସ୍‌, ୨ଟି ବାଇକ, ଏକ ବାଇକ ନମ୍ବର ପ୍ଲେଟ ଓ କଳା ଡ୍ରେସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe